ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ଯୁ

ଭୂବନେଶ୍ବର: ନନ୍ଦନକାନନ ଥାନା ଅନ୍ତର୍ଗତ ନନ୍ଦନକାନନ କାଞିଆ ହ୍ରଦରେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ବ୍ୟକ୍ତି ଜଣଙ୍କ ରଘନାଥପୁର ଗ୍ରାମର ବିବେକ ରାଉତ ବୋଲି ଜଣାପଡିଛି । ବିବେକ ଆଜି ସକାଳୁ ପଦ୍ମ ଫୁଲ ତୋଳିବା ପାଇଁ କାଞ୍ଜିଆ ହ୍ରଦ ଭିତରକୁ ଯାଇଥିଲା । ଡଙ୍ଗା ଭାରସାମ୍ଯ ହରାଇ ଓଲଟି ପଡିବାରୁ ବିବେବକର ମୃତ୍ୟୁ ହୋଇଥିବାର ସ୍ଥାନିୟ ବାସିନ୍ଦା ସୂଚନା ଦେଇଛନ୍ତି । ତେବେ ବିବେକର ମୃତ୍ୟୁ ପରେ ରଘୁନାଥପୁର ଗ୍ରାମରେ ଶୋକର ବାତାବରଣ ଖେଳିଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published.