ଥିଙ୍କର୍ସ କ୍ଲବର ପଞ୍ଚମ ଓ୍ବେବିନାର ଗୃହ ନିର୍ମାଣର ବୈଜ୍ଞାନିକ ବାସ୍ତବତା ଉପରେ ଆଲୋଚନା

ଭୂବନେଶ୍ବର: ୨୪ ଜୁଲାଇରେ ସନ୍ଧ୍ୟା ୭ ତା ସମୟରେ ଅନଲାଇନରେ ‘ଗୃହ ନିର୍ମାଣର ବୈଜ୍ଞାନିକ ବାସ୍ତବତା’ ବିଷୟରେ ଡ଼ ନନ୍ଦ ନନ୍ଦନ ଦାସ, ପୂର୍ବତନ ଶାସନ ସଚିବ ପୂର୍ତଙ୍କ ଦ୍ୱାରା ଏ ବିଷୟରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଏହି ଆଲୋଚନା ଶ୍ରୀ ବରଦା ପ୍ରସନ୍ନ ଦାସ, ସଭାପତି ଥିଙ୍କର୍ସ କ୍ଲଵର ପଂଚମ ୱେବିନାର ଦ୍ୱାରା ଆୟୋଜନ କରା ହୋଇଥିଲା । ଡ଼.ଇଂ.ନନ୍ଦ ନନ୍ଦନ ଦାସ ଘର ତିଆରି ପଦ୍ଧତିରେ ଘରର ଓଜନ ପୃଥିବୀ ନେଉଥିବାରୁ ଏବଂ ଶୀତ ଓ ଗରମ ସୂର୍ଯ୍ୟଙ୍କର ପ୍ରଭାବରୁ ହେଉଥିବା, ଓଡ଼ିଶାରେ ଦକ୍ଷିଣ ପବନ ଉପଭୋଗ୍ୟ ହୋଇଥିବାରୁ ଏହାର ବାସ୍ତବ ଉପଯୋଗୀତାକୁ ନେଇ ଘର ତିଆରି ଉପରେ ଆଲୋକ ପାତ କରିଥିଲେ । ସେ ଦର୍ଶାଇ ଥିଲେଯେ, ପ୍ରାୟ ୪୦୦ କୋଟି ବର୍ଷ ପୂର୍ବେ ପୃଥିବୀ ଜଳନ୍ତା ଅବସ୍ଥାରେ ସୂର୍ଯ୍ୟଙ୍କର ଠାରୁ ବାହାରି ସହ ସହ କୋଟି ବର୍ଷ ପରେ ଉତ୍ତାପ୧୦୦* ରୁ କମିବାର ପରେ ପୃଥିବୀରେ ଜଳ ହୋଇଥିଲା, ଜଳ ହେବା ପରେ ପରେ ଯିବ ସୃଷ୍ଟି ହେଲା । ପୃଥିବୀରେ ବିଭିନ୍ନ ଯିବ ଭିତରେ ମଣିଷ ଏକ ଆଦିମ ଯିବ ଥିଲା ।

ମଣିଷର ମସ୍ତିକ ଉର୍ବର ହୋଇଥିବାରୁ ସେମାନେ ଅଲଗା ରହିଲେ ଏବଂ ଓଡ଼ିଶାରେ ଉତ୍ତମ ଗୃହ ନିର୍ମାଣ କରିବା ଉପରେ ଆଲୋଚନା କରିଥିଲେ । ଓଡିଶା ୧୮* ରୁ ୨୨ ୧/୨* ଅକ୍ଷାଂଶ ଭିତରେ ହୋଇଥିବାରୁ ସୂର୍ଯ୍ୟର ପୃଥିବୀ ଉପରେ ଗତି ଉତ୍ତର ଗୋଲାର୍ଦ୍ଧରେ  କର୍କଟ ରାଶି ୨୩ ୧/୨* ପାଖରୁ, ଦକ୍ଷିଣ ଗୋଲାର୍ଦ୍ଧରେ ମକର ରାଶି ୨୩ ୧/୨* ଭିତରେ ଥାଏ । ତେଣୁ ଓଡିଶା ପାଇଁ ସୂର୍ଯ୍ୟ ପ୍ରାଏ ୧୦ ରୁ ୧୧ ମାସ ଦକ୍ଷିଣରେ ଥିବାରୁ ଶୀତ ଦିନରେ ଦକ୍ଷିଣରୁ ସୂର୍ଯ୍ୟ କିରଣ ପାଇଁ କମ ଶୀତ ଓ ସୁଲୁ ସୁଲିଆ ଦକ୍ଷିଣ ପବନ ଉପଭୋଗ  ପାଇଁ ଶୋଇବା ଘର ଗୁଡିକ ଓଡ଼ିଶାରେ ଦକ୍ଷିଣ ପଟେ ଓ ରୋଷେଇ ଘର, ଗାଧୋଇବା ଘର ଓ ସିଡ଼ି ଘର ଉତ୍ତର ପଟେ କରିବା ଦ୍ୱାରା ସୂର୍ଯ୍ୟ ଓ ପୃଥିବୀ ଙ୍କର ଦ୍ୱାରା ଦାନ ପ୍ରାକୃତିକ ବାତାବରଣ ଉପଭାଗ ହୋଇଥାଏ । ଏବିଷୟ ଡ୍ର. ଦାସ ବିଶଦ ଭାବରେ ବୁଝେଇ ଥିଲେ । ଦର୍ଶକଙ୍କ ଭିଭିନ୍ନ ପ୍ରଶ୍ନର ସଠିକ ଉତ୍ତର ଦ୍ୱାରା ଦର୍ଶକ ମାନେ ଏପରି ବୈଜ୍ଞାନିକ ପଦ୍ଧତିରେ ଗୃହନିର୍ମାଣ କୁ ପସନ୍ଦ କରିଥିଲେ ।

କଣ କଲେ କିପରି ଦୀର୍ଘ ସ୍ଥାଇ ଘର ହେବ ଏବଂ ଘରର ବିଭିନ୍ନ ଫାଟ କାହିଙ୍କି ହୁଏ ଓ ତାର  ନିରାକରଣ ଉପରେ ଦର୍ଶାଇ ଥିଲେ । ଏସବୁ ନୂତନ ପଦ୍ଧତିରେ ଦୀର୍ଘ ସ୍ଥାଇ ଗୃହ ନିର୍ମାଣ ବିଭିନ୍ନ କଲେଜର ପ୍ରଫେସର ମାନେ ଡ୍ର. ଦାସଙ୍କର ନୂତନ ବୈଜ୍ଞାନିକ ପଦ୍ଧତିରେ ବାସ୍ତବତା ଉପରେ ଆଧାରିତ FINE TUNING OF ROAD AND BUILDING PROJECTS ପୁସ୍ତକ ସମସ୍ତଙ୍କର ସୁବିଧାପାଇଁ ପ୍ରକାଶ କରିଛନ୍ତି । ଏହା AMAZON ପାଖରୁ ଓପଲବ୍ଧି ହୁଏ । ଉକ୍ତ ୱେବିନାରର ଯାନ୍ତ୍ରିକ ପରିଚାଳନା ଇଞ୍ଜିନିଅର ବିଭୁଦତ୍ତ ମହାନ୍ତି ଓ ଇଂଜିନିଅର ଶ୍ରୀ ନନ୍ଦନ ଦାସ କରିଥିଲେ ।

Leave a Reply

Your email address will not be published.