ଅଭିନେତ୍ରୀ ସୁରେଖା ସିକରୀଙ୍କ ପରଲୋକ

ମୁମ୍ବାଇ: ପପୁଲାର୍‌ ହିନ୍ଦି ସିରିଏଲ ‘ବାଳିକା ବଧୂ’ରେ ଦାଦିସା ଭୂମିକାରେ ଅଭିନୟ କରିଥିବା ସୁରେଖା ସିକରୀଙ୍କ ପରଲୋକ ହୋଇଛି । ସେ କେବଳ ବାଳିକା ବଧୂରେ ଅଭିନୟ କରିନଥିଲେ ଅନେକ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ହୃଦ୍‌ଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୨୦୨୦ରେ ଦ୍ୱିତୀୟ ଥର ପାଇଁ ସେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ସେବେଠୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ୨୦୧୮ରେ ସେ ପାରାଲିସିସ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ ।

୩ ଥର ନ୍ୟାସନାଲ ଆୱାର୍ଡ ଜିତି ଥିବା ସୁରେଖା ‘ବଧାଇ ହୋ’ ଓ ‘ବାଳିକା ବଧୂ’ ସିରିଏଲ୍‌ରେ ଦାଦି ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ସେ  ‘ବାଳିକା ବଧୂ’ ସିରିଏଲ୍‌ରେ ଦାଦିସା ଭୂମିକା ଅଭିନୟ କରିଥିଲେ। 

Leave a Reply

Your email address will not be published.