ଧବଳେଶ୍ୱର ପୀଠରେ ଲାଗୁ ହେଲା ୧୪୪ ଧାରା

କଟକ, (ନାଗରାଜ ନ୍ୟୁଜ): ବଡ଼ ଓଷାରେ ବଡ଼ ସିଂହାର ବେଶରେ ବାବା ଧବଳେଶ୍ୱର ସଜିତ ହୋଇଛନ୍ତି । ମାତ୍ର ଶ୍ରଦ୍ଧାଳୁ କୋଭିଡ କଟକଣା ପାଇଁ ପ୍ରଭୂଙ୍କ ଦୁର୍ଲଭ ବେଶର ଦର୍ଶନରୁ ବଞ୍ଚିତ ରହିବେ । କାରଣ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ୧୪୪ ଧାରା ପ୍ରଶାସନ ପକ୍ଷରୁ ଲାଗୁ କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ପଞ୍ଚୁକ ସମେତ ବଡ଼ଓଷା ଠାରିୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପୀଠରେ କଟକଣା ଲାଗିଛି । ଅନ୍ୟପଟେ ତ୍ରୟୋଦଶୀ ଓ ଚତୁଃଦର୍ଶୀର ଶନ୍ଧିକ୍ଷଣରେ ବାବା ଧବଳେଶ୍ୱରଙ୍କୁ ଗଜଭୋଗ ଲାଗି କରାଯିବ । ସେଥିପାଇଁ ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତବର୍ଷ କରୋନା କଟକଣା ପାଇଁ ଧବଳେଶ୍ୱର ପୀଠରେ ବିନା ଭକ୍ତରେ ବଡସିଂହାର ବେଶରେ ଦର୍ଶନ ହେଉଛନ୍ତି ବାବା ଧବଳେଶ୍ୱର ।

ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କୁ ପୀଠକୁ ଆସିବାକୁ ବାରଣ କରାଯାଇଛି । କେବଳ ପୂଜକ ସମିତି ପକ୍ଷରୁ ରୀତିନୀତି ସମ୍ପନ୍ନ କରାଯାଇଛି । ସେହିପରି ଆଜି ରାତି ୪ଟାରୁ ପହଡ଼ ଖୋଲାଯାଇ ୧୦୮ ପବିତ୍ର ପଞ୍ଚାମୃତ ଜଳରେ ବାବା ଧବଳେଶ୍ୱରଙ୍କ ସ୍ନାନ କରାଯାଇଥିଲା । ମଙ୍ଗଳ ଆଳତୀ ସକାଳ ଧୂପ ଆଦି ସମସ୍ତ ରୀତିକାନ୍ତି ପୂଜକ ସମିତି ପକ୍ଷରୁ ସମ୍ପନ୍ନ କରାଯାଇଛି ।

Leave a Reply

Your email address will not be published.