ଭୁବନେଶ୍ୱର, (ନାଗରାଜ ନ୍ୟୁଜ); କରୋନାର ନୂଆ ପ୍ରଜାତି ଓମିକ୍ରନ ଏବେ ମୁଣ୍ଡ ବିନ୍ଧାର କାରଣ ହେଲାଣି । ନୂଆ ପ୍ରଜାତି ଉପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହୁଛି ନୂଆ ଭ୍ୟାରିଏଣ୍ଟ ଉପରେ ଅଧିକ ଷ୍ଟଡିର ଆବଶ୍ୟକତା ରହିଛି । ଏହାର ସଂକ୍ରମଣ କରିବାର କ୍ଷମତା କେତେ, ଭ୍ୟାକ୍ସିନ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରହିଛି ଏପର୍ୟ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ନାହିଁ । ଏନେଇ ପରୀକ୍ଷାନିରୀକ୍ଷା ଚାଲିଛି । ଯେହେତୁ ଖବର ଆସୁଛି, ଏହା ଗୋଟିଏ ନୂଆ ଭ୍ୟାରିଏଣ୍ଟ ୧୩ରୁ ଅଧିକ ମ୍ୟୁଟେସନ ରହିଛି। ତେଣୁ ସମସ୍ତେ ସତର୍କ ରହିବା ଦରକାର ।
ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଘୋଷଣା କଲା । ତେଣୁ ସମସ୍ତେ ସତର୍କ ରହିବା ଦରକାର । ବିଶ୍ୱ ସ୍ୱସ୍ଥ୍ୟ ସଙ୍ଗଠନ କହୁଛି ଅଧିକ ସମୟ ଦରକାର ସମସ୍ତ ସତର୍କ ରୁହନ୍ତୁ ଯେମିତି ସ୍ପ୍ରେଡ ନକରି ବ। ଯେଉଁମାନେ ବିଦେଶରୁ ଆସିବେ ସେମାନେ ନେଗେଟିଭ ସାର୍ଟିଫିକେଟ ଆଣିବେ। ଏୟାରପୋର୍ଟରେ ତାଙ୍କ ଟେଷ୍ଟ ହେବ। ନେଗେଟିଭ ଆସିଲେ ବି ସାତ ଦିନ କ୍ୱାରେନଣ୍ଟାଇନ ରହିବେ। ଏୟାରପୋର୍ଟ ଅଥରିଟିକୁ ଆମେ ସବୁଦିନେ ବିଦେଶରୁ ଆସୁଥିବା ଲୋକଙ୍କ ଲିଷ୍ଟ ମାଗୁଛୁ । ପଜିଟିଭ ଆସିଲେ ଜିନୋମ ସ୍ୱିକେନସିଂ ପାଇଁ ଯିବ। ଟିକାକରଣ ବଡ଼ ଅସ୍ତ୍ର । କମ ସମୟ ଭିତରେ ସମସ୍ତଙ୍କୁ ଫାଷ୍ଟ ଡୋଜ ଟିକା ଦିଆଯିବ । ଟିକା ହେଉଛି କୋଭିଡ ବିରୋଧରେ ବଡ଼ ଅସ୍ତ୍ର । ଭାଇରସର ମ୍ୟୁଟେସନ ହେବ । ଆମକୁ ସତର୍କ ରହିବାକୁ ପଡ଼ିବ। ସରକାରଙ୍କ କୋଭିଡ ନିୟମ ଅନୁସାରେ ସ୍କୁଲ ଖୋଲିବାକୁ ପଡ଼ିବ।