ବେଆଇନ ମୋରମ ଟ୍ରକ ଜବତ

ଖଇରା,(ନାଗରାଜ ନ୍ୟୁଜ): ଚୋରା ମାଟି ନେଇ ଯାଉଥିବା ୫ଟି ୧୬ଚକିଆ ଟ୍ରକକୁ ଜବତ କରାଯାଇଛି । ଏହାସହିତ ୫ଜଣ ଡ୍ରାଇଭରଙ୍କୁ ଅଟକ ରଖିଛି ଖଇରା ପୋଲିସ । ବଣିଆପଙ୍କ ଅଞ୍ଚଳରୁ କିଛିଦିନ ଧରି ବେଆଇନ ମୋରମ ମାଟି ଚାଲାଣ ହେଉଥିବା ନେଇ ଖଇରା ଆଇଆଇସି ଗଣେଶ୍ୱର ପ୍ରଧାନ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ । ଆଜି ରାମପୁର ଛକ ନିକଟରେ ଖଇରା ପୋଲିସ ଅଚାନକ ଚଢ଼ାଉ କରି ୫ ଟି ୧୬ ଚକିଆ ଟ୍ରକ ଜବତ କରିବା ସହିତ ୫ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ନୂତନ ଆଇଆଇସି ଭାବେ ଯୋଗଦେଇଥିବା ଗଣେଶ୍ୱର ପ୍ରଧାନ ଯୋଗଦେବା ପରେ ବେଆଇନ ଚାଲାଣ ବେପାରୀଙ୍କ ମଧ୍ୟରେ କକୁଆ ଭୟ ଦେଖାଦେଇଛି । ଆଗାମୀ ଦିନରେ ଚୋରା ଚାଲାଣକୁ ରୋକିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published.