‘ଚାରଧାମ୍’ ସଡ଼କ ପ୍ରଶସ୍ତିକରଣକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ) : ସୁପ୍ରିମକୋର୍ଟ ଚାରଧାମ୍ ପାଇଁ ସ୍ଥାୟୀ ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଆଜି ଏହି ଆବେଦନ ଉପରେ ଶୁଣାଣି କରି ଚାରି ଧାମ ପାଇଁ ସ୍ଥାୟୀ ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତିରେ କେନ୍ଦ୍ରର ସେପ୍ଟେମ୍ବର୮, ୨୦୨୦ରେ ଦିଆଯାଇଥିବା ଆଦେଶର ସଂଶୋଧନ ଦାବି ଆବେଦନ କରିଥିଲା କେନ୍ଦ୍ର । ପ୍ରତିରକ୍ଷା ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲା ଯେ ପୂର୍ବ ଆଦେଶରେ ପରିବର୍ତ୍ତନ ଆଣିବା ଏବଂ ଋଷିକେଶରୁ ମନା, ଋଷିକେଶରୁ ଗଙ୍ଗୋତ୍ରି ଏବଂ ତାନକପୁରରୁ ପିଥୋରାଗଡ ପର୍ୟ୍ୟନ୍ତ ଜାତୀୟ ରାଜପଥକୁ ଦୁଇ ଲେନ ବିଶିଷ୍ଟ କରିବା ପାଇଁ ଅନୁମତି ଦିଆଯାଉ । ଏହି ରାସ୍ତା ନିର୍ମାଣ ହେବା ଦ୍ୱାରା ଭାରତୀୟ ସେନା ଟ୍ୟାଙ୍କ ଏବଂ ଅସ୍ତ୍ରଶସ୍ତ୍ର ସହିତ ସୀମାରେ ପହଞ୍ଚିବା ସହଜ ହେବ ଏବଂ ପାର୍ବତ୍ୟ ଅଞ୍ଚଳକୁ ସଂଯୋଗ ବୃଦ୍ଧି ପାଇବ ।

ଉଲ୍ଲେଖଯୋଗ୍ୟ, ବନ୍ୟଜନ୍ତୁ ସମୃଦ୍ଧ ସମ୍ପୃକ୍ତ ଅଞ୍ଚଳରେ ଗଛ କଟାଯାଇ ରାସ୍ତା ପ୍ରଶସ୍ତ କରାଯାଉଥିବାରୁ ଭୂସ୍ଖଳନ ଓ ପ୍ରାକୃତିକ ସୁଷମା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ଲାଭରହିତ ସଙ୍ଗଠନ ‘ସିଟିଜେନ୍‌ ଫର୍‌ ଗ୍ରିନ୍‌ ଡୁନ୍‌’ ପିଟିସନ୍‌ରେ ଦର୍ଶାଇଥିଲା। ସଙ୍ଗଠନ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ କଲିନ୍‌ ଗନ୍‌ସାଲ୍‌ଭିସ୍‌ କହିଥିଲେ, ଚଳିତ ବର୍ଷ ବ୍ୟାପକ ଭୂସ୍ଖଳନ ହେତୁ ପର୍ବତ ସବୁ ନଷ୍ଟ ହୋଇଯାଇଛି। ପରିବେଶ ଆବଶ୍ୟକତା ଦେଶର ପ୍ରତିରକ୍ଷା ପ୍ରତି ବାଧକ ହେଉ ବୋଲି ମୁଁ କହୁନାହିଁ। କିନ୍ତୁ, ପ୍ରଶସ୍ତ ରାସ୍ତା ଆବଶ୍ୟକ ବୋଲି ସେନା କଦାପି କହିନାହିଁ। ରାଜନୀତିର ଶୀର୍ଷରେ ଥିବା କେହିଜଣେ କହିଛନ୍ତି, ଚାର୍‌ ଧାମ୍‌ ଯାତ୍ରା ପାଇଁ ଆମେ ରାଜପଥ ଆବଶ୍ୟକ କରୁଛୁ। ପରେ କୁଣ୍ଠିତ ହୋଇ ସେନା ସେ କଥା କହିଛି। ଏହା ପରେ ରାସ୍ତାକୁ ସମୁଦାୟ ୫ ମିଟର୍‌ ପ୍ରଶସ୍ତ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଥିଲେ । ସୂଚନା ମୁତାବକଳ, ପୂର୍ବରୁ ରାସ୍ତାକୁ ସମୁଦାୟ ୫ ମିଟର୍‌ ପ୍ରଶସ୍ତ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଥିଲେ। ହେଲେ ଦେଶର ସୁରକ୍ଷାକୁ ନଜର‌ରେ ରଖି ଆଜି ସୁପ୍ରିମକୋର୍ଟ ଚାର ଧାମ ପାଇଁ ସ୍ଥାୟୀ ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଷ୍ଟ୍ରାଟେଜିକ୍ ୯୦୦କିଲୋମିଟର ଚାର୍ ଧାମ ପ୍ରକଳ୍ପ ପାଇଁ ୧୨,୦୦୦କୋଟି ଖର୍ଚ୍ଚ ହେଉଥିବା ବେଳେ ଏହା ଉତ୍ତରାଖଣ୍ଡର ଚାରୋଟି ପବିତ୍ର ସହରକୁ ଯମୁନୋତ୍ରି, ଗଙ୍ଗୋତ୍ରି, କେଦାରନାଥ ଏବଂ ବଦ୍ରିନାଥକୁ ସବୁ-ପାଣିପାଗରେ ସଂଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖିଛି।

Leave a Reply

Your email address will not be published.