ଗାଜିଆବାଦ୍‌ରେ ୨ ‘ଓମିକ୍ରନ’ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଦେଶରେ ‘ଓମିକ୍ରନ’ ସଂକ୍ରମଣ ବଢ଼ିବାରେ ଲାଗିଛି । ଦେଶର ସର୍ବବୃହତ୍ତ ରାଜ୍ୟ ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଚିହ୍ନଟ ହୋଇଛି। ଗାଜିଆବାଦ୍‌ରେ ଏହି ଭାରିଆଣ୍ଟର ୨ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି। ଗାଜିଆବାଦ୍‌ରେ ଏହି ଭାରିଆଣ୍ଟର ୨ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଗତ ଦିନରେ ଉଭୟ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରିଥିଲେ । କାହାରି ପାଖରେ କୌଣସି ଲକ୍ଷଣ ନଥିଲା । କିନ୍ତୁ ଏହା ପୂର୍ବରୁ ଉଭୟଙ୍କୁ ଗୃହ ସଂଗରୋଧରେ ରଖାଯାଇଛି । ଏପର୍ୟ୍ୟନ୍ତ ଦେଶର ୧୦ରୁ ଊର୍ଦ୍ଧ୍ବ ରାଜ୍ୟରେ ଓମିକ୍ରନ ଚିହ୍ନଟ ହୋଇସାରିଛି। ରାଜଧାନୀ ଦିଲ୍ଲୀରେ ୧୦ ଜଣ ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଚିହ୍ନଟ ହୋଇଥିଲା ବେଳେ ମହାରାଷ୍ଟ୍ରରେ ଏହା ୪୦ ଅତିକ୍ରମ କରିଛି। ରାଜସ୍ଥାନ, କେରଳ ଓ କର୍ଣ୍ଣାଟକରେ ମଧ୍ୟ ସଂଖ୍ୟା ବଢ଼ିବାରେ ଲାଗିଛି। ପୂରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି ।

କୁହାଯାଉଛି ଯେ, ଓମିକ୍ରନ ଚିହ୍ନଟ ୨ ବ୍ୟକ୍ତିଙ୍କର ବୟସ ୬୦ ବର୍ଷ ଲେଖାଏଁ ହେବ । ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା । ଏମାନେ ଡିସେମ୍ବର ୨ ତାରିଖରେ କୋଭିଡ ଚିହ୍ନଟ ହୋଇଥିଲେ। କିନ୍ତୁ ୧୭ ତାରିଖ ରାତି ଜିନୋମ ପରେ ଓମିକ୍ରନ ଦ୍ୱାରା ପୀଡିତ ଥିବା ସ୍ପଷ୍ଟ ହୋଇଛି ।

Leave a Reply

Your email address will not be published.