ଭୁବନେଶ୍ଵର,୧୩।୭ (ଏନ୍ ନ୍ଯୁଜ୍) ଭଦ୍ରକ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ସମସ୍ତ ଯାତ୍ରୀବାହୀ ବସ ଚଳାଚଳ ବାତିଲ କରିଛନ୍ତି ଜିଲ୍ଲା ପ୍ରଶାସନ। ଜିଲ୍ଲା ରେ କୋଭିଡ଼ ସଂକ୍ରମଣ ବ୍ୟାପୁଥିବାରୁ ସାମୟିକ ଭାବେ ବସ ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରୀ କରିଛନ୍ତି ପ୍ରଶାସନ। ଏ ସଂକ୍ରାନ୍ତରେ ସୁପରିଟେଣ୍ଡେଣ୍ଟ ପୁଲିସ, ସଵକଲେକ୍ଟର, ଏସ୍ଡିଏମ୍, ଆରଟିଓ, ସମସ୍ତ ତହସିଲଦାର ଓ ବସ ମାଲିକ ସଂଘକୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ।