ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ‘ସ୍ନୋ-ଫେଷ୍ଟ’ ଉଦଯାପିତ, ପ୍ରତିଯୋଗିତାରେ ଖଇରା ଝିଅ ଅଭିଲିପ୍ସା ଉପାଧ୍ୟାୟ ବିଜେତା

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନରେ ୩ ଦିନ ଧରି ଚାଲିଥିବା ଯୁବ ମହୋତ୍ସବ ସ୍ନୋ-ଫେଷ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ବିଭିନ୍ନ ବିଭାଗରେ ଭାଗ ନେଇ ପ୍ରତିଯୋଗିତା କରିଥିଲେ । ଏହି ରାଜସ୍ତରୀୟ ପ୍ରତିଯୋଗିତାରେ ଖଇରା ଝିଅ ଅଭିଲିପ୍ସା ଉପାଧ୍ୟାୟ ରାମ୍ପ ୱାକରେ ଫାଇନାଲ ରାଉଣ୍ଡରେ ରନର୍ସ ଅଫ ଭାବେ ବିଜେତା ହୋଇ ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହା ଖଇରା ମାଟିର ଗର୍ବ ଓ ଗୌରବ । ଅଭିଲିପ୍ସା ଖଇରା ମାଟିର ଗର୍ବ ଓ ଗୌରବ ବୃଦ୍ଧି କରିଥିବାରୁ ନିଜ ଗ୍ରାମ ସମେତ ଖଇରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅଭିଲିପ୍ସା ଉପାଧ୍ୟାୟ ଜଣେ ମେଧାବୀ ଛାତ୍ରୀ, ସେ ବର୍ତ୍ତମାନ ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷ ଛାତ୍ରୀ ଅଟନ୍ତି। ପିଲାବେଳୁ ତାଙ୍କର ଫେସନ, ନାଚ ଓ ସଙ୍ଗୀତ ପ୍ରତି ରୁଚି ରହିଥିବା ସେ କହନ୍ତି। ସେ କୌଣସି ଶିକ୍ଷା ଅର୍ଜ୍ଜନ ନକରି ୟୁ ଟୁବ ମାଧ୍ୟମରେ ଶିକ୍ଷା ଅର୍ଜ୍ଜନ କରି ବର୍ତ୍ତମାନ ଜଣେ ନାଚରେ ଭଲ କୋରିଓଗ୍ରାଫର ହେବା ସହିତ ଜଣେ ଭଲ ଗାୟିକା ମଧ୍ୟ । ଅଭିଲିପ୍ସା ଉପାଧ୍ୟାୟ ହେଉଛନ୍ତି ବାଲେଶ୍ୱର ଜିଲ୍ଲାରେ କାର୍ୟ୍ୟରତ ସାମ୍ବାଦିକ ତ୍ରିଲୋଚନ ଉପାଧ୍ୟାୟଙ୍କ ବଡ଼ ଝିଅ ଏବଂ ମା ଜଣେ ସୁଗୃହିଣୀ । ସେ ଏହି ଶ୍ରେୟ ପିତା,ମାତା,ଭଉଣୀ ଓ ତାଙ୍କ ମେଣ୍ଟର ମାନଙ୍କୁ ଦେଇଛନ୍ତି । ସେମାନଙ୍କ ଅକୁଣ୍ଠ ସହଯୋଗ ପାଇଁ ସେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published.