ଅଭୟ କୁମାର ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଡିଜି ଅଭୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଅଭୟଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହାସହ ମୁଖ୍ୟ ସଚିବ ପାହ୍ୟାର ପଦବୀରେ ତାଙ୍କୁ ଏହି ନିଯୁକ୍ତି ମିଳିଛି । ରାଜ୍ୟର ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ନେଇଛନ୍ତି ସୁନୀଲ ବଂଶଲ । ନୂଆ ଡିଜି ଭାବେ ସୁନୀଲ ବଂଶଲ ଦାୟିତ୍ବ ନେବା ପରେ ବିଦାୟୀ ଡିଜି ଅଭୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ଡିଜିପି ଭାବେ ଅଭୟଙ୍କର କାଲି ଥିଲା ଶେଷ କାର୍ଯ୍ୟ ଦିବସ ।

Leave a Reply

Your email address will not be published.