ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ କିଛିଦିନ ହେବ ଶ୍ରୀମନ୍ଦିର ସୁରକ୍ଷା ଜୋନ ପରିସରରୁ ଉଚ୍ଛେଦ କାର୍ୟ୍ୟ ବନ୍ଦ ରହିଥିବାବେଳେ ସୋମବାର ଠାରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଉତ୍ତର ପଶ୍ଚିମ କୋଣ ଗଡାନ୍ତି ଛକ ନିକଟ ବାସେଳୀ ସାହି ମୌଜାରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ମୌଜାରେ ଥିବା କୋଠା ଗୁଡିକୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ କାର୍ୟ୍ୟରେ ଦୁଇଟି ଜେସିବି ସହିତ ୫ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ସୂଚନା ଥାଉକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବାବେଳେ ଉକ୍ତ କୋଠାଟି ଉଚ୍ଛେଦ ହୋଇନଥିବାରୁ କାର୍ୟ୍ୟରେ ବାଧା ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ସନ୍ଧ୍ୟା ସୁଦ୍ଧା ଘର ଖାଲି କରିବାକୁ ନିର୍ଦେଶ ଦିଆଯାଇଥିଲା ।