ଖଇରା, (ନାଗରାଜ ନ୍ୟୁଜ): ଓଡ଼ିଶାରେ ହରରିୟାଣା ପୋଲିସର ଦବଙ୍ଗଗିରି । ସାମ୍ବାଦିକଙ୍କୁ ଠେଲାପେଲା କରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇଲେ । ବାଲେଶ୍ୱର ଖନ୍ତାପଡ଼ାରୁ ଆସିଛି ଏପରି ଦୃଶ୍ୟ । ତଦନ୍ତ ପାଇଁ ହରିୟାଣା ପୋଲିସ୍ ଖନ୍ତାପଡ଼ାର ଷଷ୍ଠୀ ଗାଁକୁ ଆସିଥିଲା । ଏକଥା ଜାଣି ସାମ୍ବାଦିକମାନେ ସେଠାରେ ପହଂଚି ଫଟୋ ଉଠାଇଥିଲେ । ହେଲେ ଏହାକୁ ନେଇ ରାଗିଯାଇଥିଲେ ହରିୟାଣା ପୋଲିସର ଅଧିକାରୀ । ପ୍ରଥମେ ପୋଲିସ୍ ଅଧିକାରୀ ଜଣକ ସାମ୍ବାଦିକଙ୍କୁ ପେଲାଠେଲା କରିଥିଲେ । ପରେ ସାମ୍ବାଦିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ଏହି ଘଟଣାପରେ ନ୍ୟାୟ ଦାବିରେ ଗଣମାଧ୍ୟମର ପ୍ରତିନିଧିମାନେ ଧାରଣାରେ ବସିଛନ୍ତି । ଖନ୍ତାପଡ଼ା ଥାନାରେ ମଧ୍ୟ ଏନେଇ ଅଭିଯୋଗ କରାଯାଇଛି । ସଦର ଏସଡିପିଓ ଘଟଣାସ୍ଥଳରେ ପହଂଚି ସ୍ଥିତି ବୁଝୁଥିବା ଜଣାପଡ଼ିଛି ।