ପୋଖରୀରେ ବୁଡି ଯୁବକ ମୃତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ପାଣିରେ ବୁଡି ଜଣେ ୩୨ ବର୍ଷ ବୟସର ଯୁବକଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବଡ଼ବଧି ଗ୍ରାମରେ । ଦିନ ପ୍ରାୟ ୧୧ ଘଟିକା ସମୟରେ ଗାଁ ପୋଖରୀକୁ ବନମାଳୀ ସୂତାରଙ୍କ ପୁଅ ପର୍ଶୁରାମ ସୂତାର ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ । ଏପରିକି ଖବରପାଇ ପାଖ ପଡୋଶୀମାନେ ମଧ୍ୟ ଆସି ପୋଖରୀରେ ପଶି ପ୍ରାୟ ୧ ଘଣ୍ଟା ଧରି ଖୋଜାଖୋଜି କରି ନିରାଶ ହୋଇଥିଲେ । ଔପଦା ଦମକଳ ବାହିନୀ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରୁ ପର୍ଶୁରାମ ସୂତାରଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଔପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି । ପୋଖରୀରେ ଗାଧୋଇବା ସମୟରେ ଗୋଡ ଖସି ଯାଇଥିବାର ପରିବାର ଲୋକେ ଅନୁମାନ କରିଛନ୍ତି । ଅବିବାହିତ ପର୍ଶୁରାମ ସୂତାରଙ୍କ ମୃତ୍ୟୁରେ ସମ୍ପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।

Leave a Reply

Your email address will not be published.