କଟକ, (ନାଗରାଜ ନ୍ୟୁଜ): ପଞ୍ଚାୟତ ନିର୍ବାଚନରେ ନିଶା କାରବାର ରୋକିବାକୁ ବ୍ୟାପକ ପ୍ରସ୍ତୁତି କରିଛି ରାଜ୍ୟ ଅବକାରୀ ବିଭାଗ । ଏହି କ୍ରମରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ବିପୁଳ ପରିମାଣରେ ନିଶା ଦ୍ରବ୍ୟ ଜବତ କରାଯାଇଛି । ଏନେଇ ସାମ୍ୱାଦିକ ସମିଳନୀରେ ସୂଚନା ଦେଉଛନ୍ତି ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ।