ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏକ ବିଶାଳ ମାଟି ମୂର୍ତ୍ତି ନିର୍ମାଣ

କଟକ, (ନାଗରାଜ ନ୍ୟୁଜ): ମାଟିରେ ମିସିଗଲେ ବର୍ଷିଆନ କଳାକାର ମିହିର ଦାସ । ଦୀର୍ଘ ବର୍ଷ ଧରି ନିଜର ଅଭିନୟ ଜରିଆରେ ଲୋକଙ୍କୁ ବାନ୍ଧିବା ପରେ ସେ ବର୍ତ୍ତମାନ ସମସ୍ତଙ୍କ ପାଇଁ ହୋଇଯାଇଛନ୍ତି ପର । ଏହାରି ଭିତରେ ପୁରିବାକୁ ବସିଲାଣି ଏକ ମାସ । କିନ୍ତୁ ମିହିରଙ୍କୁ ଝୁରୁଛି ସମଗ୍ର କଳାକାର ଜଗତ । କିନ୍ତୁ ଏହି ସ୍ମୃତି କେବେଳ କଳାକାରଙ୍କ ମଧ୍ୟରେ ନାହଁ ସୀମିତ । ବରଂ ଏହା ସମସ୍ତ ପାଇଁ ଚିର ସ୍ମରଣୀୟ । ତେବେ ଏହାରି ମଧ୍ୟରୁ ବାଦ ପଡି ନାହାନ୍ତି କୁମ୍ଭାର ଭାଇ । ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏକ ବିଶାଳ ମାଟି ମୂର୍ତ୍ତି ନିର୍ମାଣ କରି ଏହା ଆସନ୍ତା ୧୧ ତାରିଖରେ ମିହିର ଦାସଙ୍କ ଜନ୍ମ ଦିନରେ ଶ୍ରଦ୍ଧାଞ୍ଜଳି ଦେବାକୁ ସ୍ଥିର କରିଛନ୍ତି ।

ମାଟିର ମଣିଷ ମାଟିରେ ମିଶିଲା । ଏହାରି ମଧ୍ୟରେ ମିହିର ଦାସଙ୍କ ମୃତ୍ୟକୁ ବିତିବ ଏକ ମାସ । ତାଙ୍କର ସ୍ମୃତିରେ କାନ୍ଦୁଛି ସାରା କଟକ । ତେବେ ଏହି ସ୍ମୃତିକୁ ସତେଜ ରଖିବା ପାଇଁ କଟକ କୁମ୍ଭାର ସାହି ଆରମ୍ଭ କରିଛି ନିଆରା ପ୍ରୟାସ । ୧୫ ଜଣ ମୂର୍ତି କାରିଗର ମିଶି ନିର୍ମାଣ କରିଛନ୍ତି ୭ଫୁଟର ମୂର୍ତ୍ତି । ଯେଉଁଥିରେ ଜୀବନ୍ତ ପରି ଲାଗୁଛନ୍ତି ମିହିର ଦାସ । ଦେଖନ୍ତୁ ମିହିର ଦାସଙ୍କ ଏହି ପ୍ରତିମୂର୍ତ୍ତିକୁ । ଏହା ସମ୍ପୂର୍ଣ ମାଟି ଓ ନଡାରେ ହୋଇଛି ନିର୍ମାଣ । ଆସନ୍ତା ୧୧ ତାରିଖରେ ମିହିରଙ୍କ ୬୩ ତମ ଜନ୍ମ ଦିବସରେ ଏହାକୁ ସାରା କଟକ ପାଇଁ ଉତ୍ସର୍ଗିକୃତ କରିବ କୁମ୍ଭାର ସାହିର କାରିଗର । ତେବେ ପ୍ରଶ୍ନ ଉଠିବ ମିହିରଙ୍କ ପ୍ରତିମୂର୍ତି ମାର୍ବଲ, ପଥର କିମ୍ବା ପ୍ଲାଷ୍ଟର ଅଫ ପ୍ୟାରିସରେ ହୋଇ ପାରିଥାନ୍ତା । ଏହାକୁ କାହିଁକି ମାଟିରେ ନିର୍ମାଣ କଲେ କାରିଗର । କାରଣ୨୦୧୨ ମସିହାରେ ମିହିର ଯେଉଁ ମାଟିର ବନ୍ଧନ ଫିଲ୍ମଟି ଆରମ୍ଭ କରିଥିଲେ ସେଥିରେ ସେ ଏକ କାରିଗର ରୋଲ ନିଭାଇଥିଲେ । ଆଉ ସେ ଫିଲ୍ମଟି ରିଲିଜ ଅପେକ୍ଷାରେ ଏବେବି ରହିଛି । ତେଣୁ ଏହି ମାଟି ମୂର୍ତ୍ତି ବର୍ଷିୟନ ଅଭିନେତାଙ୍କୁ ଦେବ ସର୍ବଦା ଶ୍ରଦ୍ଧାଞ୍ଜଳି ।

ଅନ୍ୟପଟେ ଏହି ମାଟି ମୂର୍ତ୍ତି ମିହିରଙ୍କ ସ୍ମୃତିକୁ ସର୍ବଦା କଟକରେ ସତେଜ ରଖିବା ନେଇ କହିଛନ୍ତି ରାଜ୍ୟ ସିନେ ଆଟିଷ୍ଟ ସଂଘର ସାଧାରଣ ସମ୍ପାଦକ ଶ୍ରିତମ ଦାସ । କାରଣ ମିହିର ଦାସ ଜଣେ ଏଭଳି ପ୍ରତିଭା ଯିଏକି ସିନେ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି  । ତେବେ ତାଙ୍କର ବିୟୋଗ ସିନେ ଜଗତକୁ ଆଣି ଦେଇଇଛି ଶକ୍ତ ଝଟକା । ତେବେ ଏହି ମୂର୍ତ୍ତି ନିଶ୍ଚୟ କଟକ ତଥା ସିନେ ଜଗତ ପାଇଁ ଏକ ବଡ଼ ଅବଦାନ । ତେବେ ଏହି ବର୍ଷିୟାନ କଳାକାର ଏହି ମାଟି ରେ ଜନ୍ମ ନେଇ ସେଇ ମାଟିରେ ମିଶି ଯାଇଛି । ତେଣୁ ସେଇ ମାଟି ରେ ନିର୍ମିତ ତାଙ୍କର ଏହି ପ୍ରତିମୂର୍ତ୍ତି ସିନେ ଜଗତ ଓ କଟକବାସୀଙ୍କ ପାଇଁ ସର୍ବଦା ରହିବ ଚିର ସ୍ମରଣୀୟ ।

Leave a Reply

Your email address will not be published.