ଯୁବ ଇଞ୍ଜିନିୟର ସରପଞ୍ଚ ପ୍ରାର୍ଥୀ ଭୂଗୋଳ କୁଜୂରଙ୍କୁ କଡ଼ା ଟକ୍କର ଦେଉଛନ୍ତି ଅଜିତ୍ ହରୋ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ପଞ୍ଚାୟତରେ ୯ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ ଯୁବଇଞ୍ଜିନିୟର ଭୂଗୋଳ କୁଜୂରଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ହେଲେ ବର୍ତ୍ତମାନ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ଯୁବଚାଷୀ ତଥା ସମାଜସେବୀ ଅଜିତ ହରୋ । କୁତ୍ରା ପଞ୍ଚାୟତରେ ବ୍ଳକ, ଡାକ୍ତରଖାନା, ତହସିଲ ଅଫିସ ରହିଛି ହେଲେ ଦୂର ଦୁରାନ୍ତରୁ ଆସୁଥିବା ଲୋକମାନେ ଏଠାରୁ ଠିକ୍ ଭାବରେ ସେବା ନ ପାଇଁ ବାରମ୍ବାର ଦୈାଡି ଦୈାଡି ନିରାଶ ହେଉଥିବାବେଳେ ଅଜିତ ହରୋ ସରପଞ୍ଚ ହେଲେ ଏସବୁ କୁ ଦୁରକରିବା ସହିତ ପାନୀୟଜଳ,  ରାସ୍ତା, ବିଜୁଳି ଏବଂ ବାର୍ଦ୍ଧକ୍ୟ ଭତ୍ତା ଉପରେ ନଜର ଦେବାକୁ ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି । ଅନ୍ୟ ପକ୍ଷରେ ପୂର୍ବତନ ସରପଂଚ ଲଳିତା ବାରୁଆ, ଜିତେନ୍ଦ୍ର ଟପ୍ପୋ, ଏବଂ ଅମୃତଲାଲଟପ୍ପୋ ମଧ୍ୟ ଆଗରେ ରହି ଚାରିପଟୁ ଭୂଗୋଳ କୁଜୂରଙ୍କୁ ମହାରଥି ପରି ଘେରି ରହିଥିବା ଦେଖିବାକୁ ମିଳୁଛି । ଏହାର ସୁଯୋଗ ନେଇ ଯୁବଚାଷୀ ଅଜିତ ହରୋ ଧିରେଧିରେ ନିର୍ବାଚନୀ ବୈତରଣୀକୁ ପାରିହେବା ପାଇଁ ଚେଷ୍ଟା ଚଳାଇଛନ୍ତି ।

 

Leave a Reply

Your email address will not be published.