ସମିତି ସଭ୍ୟ ପଦବୀ ପାଇଁ ଚାଲିଛି ତ୍ରିମୁଖୀ ଲଢେଇ, ସରସ୍ୱତୀ ମାଝୀଙ୍କ ଲୋକପ୍ରିୟତା ଦେଖି ଅନ୍ୟ ପ୍ରତିଦ୍ୱନ୍ଦୀ ଭୟଭୀତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ/ପ୍ରାର୍ଥିନୀ ମାନେ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବା ଜଣାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତରେ ସମିତି ସଭ୍ୟ ପଦବୀ ପାଇଁ ଚାଲିଛି ତ୍ରିମୁଖୀ ଲଢେଇ । ସେମାନଙ୍କ ମଧ୍ୟରେ ସରସ୍ୱତୀ ମାଝୀ ବସ୍ ଚିହ୍ନ, ସୁଜାତା ଚୌଧୁରୀ ତାଲା ଚାବି ଚିହ୍ନ ଓ ବିସିବିପ୍ସା ପାତ୍ର(ମାମା) ଷ୍ଟୁଲ ଚିହ୍ନ ନେଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ପ୍ରକାର ରଣକୌଶଳ ଅବଲମ୍ବନ କରିଚାଲିଛନ୍ତ ପ୍ରାର୍ଥିନୀମାନେ । ପଞ୍ଚାୟତର କେତେକ ଜନସାଧାରଣଙ୍କ ଠାରୁ ସଂଗୃହିତ ତଥ୍ୟରୁ ଜଣାପଡିଛିଯେ, ସମିତି ସଭ୍ୟ ପଦବୀ ନିମନ୍ତେ ସରସ୍ୱତୀ ମାଝୀ ଯୋଗ୍ୟ ଅଟନ୍ତି ବୋଲି ସମଗ୍ର ପଞ୍ଚାୟତରେ ଚର୍ଚ୍ଚା ଜୋର ଧରିଛି । ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ଆଗାମୀ ତା ୨୨/୦୨/୨୨ ରିଖରେ ଔପଦା ବ୍ଲକରେ ହେବାକୁ ଥିବା ନିର୍ବାଚନରେ ସମିତି ସଭ୍ୟ ପଦବୀ ପାଇଁ ଫତେପୁର ପଞ୍ଚାୟତରୁ ସରସ୍ୱତୀ ମାଝୀ ନିଶ୍ଚିତ ଭାବେ ବିଜୟ ଲାଭ କରିଵେ ଏଥିରେ ସନ୍ଦେହ ନାହିଁ । ଦିନକୁ ଦିନ ସରସ୍ୱତୀ ମାଝୀଙ୍କ ଲୋକପ୍ରିୟତା ଏତେ ପରମାଣରେ ବୃଦ୍ଧି ହେବାରେ ଲାଗିଛି ଯାହା ଦେଖି ଅନ୍ୟ ଦୁଇ ପ୍ରତିଦ୍ୱନ୍ଦି ଭୟଭୀତ ହୋଇ ଗଲେଣି । କାରଣ ଶ୍ରୀମତୀ ମାଝୀ ଜଣେ ସରଳ, ସଚ୍ଚୋଟ, ପରୋପକାରୀ, ସାହସୀ, ସ୍ନେହୀ, ଉଦାର ହୃଦୟବାନ୍ ଏବଂ ବିପଦ ସମୟରେ ପାଖାରେ ଛିଡ଼ା ହୋଇ ସେବା ଯୋଗାଇବାରେ ଅଞ୍ଚଳ ତାଙ୍କୁ ସମ୍ମାନ ଜଣାଏ । ତେଣୁ ସେଥିପାଇଁ ପଞ୍ଚାୟତର ଅନେକ ଭୋଟର ତାଙ୍କ ଆଡକୁ ଆକୃଷ୍ଟ ହେଉଛନ୍ତି, ଯାହା ତାଙ୍କର ଜିତିବା ପଥ ପରିଷ୍କାର ହୋଇଛି ।

ସେହିପରି ସରପଞ୍ଚ ପଦବୀ ନିମନ୍ତେ ସୁଲୋଚନା ମାଝୀ ସୂର୍ଯ୍ୟ ଚିହ୍ନ ଓ ଜୟଶ୍ରୀ ମାଝୀ(ଜଲି) ମାଛ ଚିହ୍ନରେ ପ୍ରତିଦ୍ୱନ୍ଦୀ କରୁଥିବା ବେଳେ ଉକ୍ତ ପଞ୍ଚାୟତର ବାଙ୍ଗୁର ଗ୍ରାମର ୧୧ ନମ୍ବର ୱାର୍ଡର ୱାର୍ଡ ସଭ୍ୟ ପଦବୀ ନିମନ୍ତେ ମାନସ କୁମାର ଦାସ କଲମ ଚିହ୍ନ ନେଇ ନିର୍ବାଚନ ମଇଦାନକୁ ଉହ୍ଲାଇଛନ୍ତି । ଶ୍ରୀଯୁକ୍ତ ପାତ୍ର ଜଣେ ସଚ୍ଚୋଟ ଓ ନ୍ୟାୟ ପରାୟଣ ବ୍ୟକ୍ତି ହୋଇଥିଵାରୁ ୱାର୍ଡ ବାସୀମାନେ କେବଳ କଲମ ଚିହ୍ନକୁ ହିଁ ଖୋଜିବୁଲୁଛନ୍ତି । ଶ୍ରୀଯୁକ୍ତ ଦାସ ହେଉଛନ୍ତି ଏକମାତ୍ର ଯୋଗ୍ୟତମ ବ୍ୟକ୍ତି ଯେକି ସମଗ୍ର ବାଙ୍ଗୁର ଗ୍ରାମର ଉନ୍ନତି ନିମନ୍ତେ ଦଣ୍ଡାୟମାନ ହୋଇପାରିବ । ତେଣୁ ଏଥର ବହୁ ଭୋଟରେ ମାନସ ଜିତିବ ବୋଲି ଭୋଟର ମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.