ଲୋକଙ୍କ ଖାଇବା ଚାଉଳ ଦଲାଲ ହାତରେ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ରାଜ୍ୟ ସରକାର ଗରିବ ହିତାଧିକାରୀମାନଙ୍କ ଉଦେଶ୍ୟରେ ବିଭିନ୍ନ ଯୋଜନା କରିଛନ୍ତି । ରାଜ୍ୟରେ କେହିବି ଯେମିତି ଭୋକିଲା ନ ରହିବେ ସେ ନେଇ ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ଚାଉଳ ବଣ୍ଟନ କରୁଛନ୍ତି । କିନ୍ତୁ ଗାଁର ଚିତ୍ର ଦେଖିଲେ ସତେ ଯେପରି ଯୋଜନା କାହାପାଇଁ ବୋଲି ପ୍ରଶ୍ନବାଚି ଉଠିଛି । ଗାଁ ଗଣ୍ଡାରେ ଦଲାଲମାନେ ଘରକୁ ଘର ବୁଲି ହିତାଧିକାରୀଙ୍କ ୧ ଟଙ୍କିଆ ଚାଉଳକୁ ନିଜ ଚଢ଼ା ଦରରେ ବିକ୍ରି ବଟା କରୁଥିବାର ଦେଖିବାକୁ ମିଳୁଛି ।

ସରକାର ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଥିବା ବେଲେ ଗାଁ ଗଣ୍ଡାରେ ଦଲାଲମାନେ କେମିତି ନିଜ ମୁନାଫା ପାଇଁ ବ୍ୟବସାୟ କରୁଛନ୍ତି ତାହାର ତଦନ୍ତ ପାଇଁ ଦାବୀ କରାଯାଇଛି । ଏବଂ ଯୋଗାଣ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave a Reply

Your email address will not be published.