କୋହଳ ହେଲା କୋଭିଡ କଟକଣା, ବହୁ ମାତ୍ରାରେ ଜଗାକୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ, (ନାଗରାଜ ନ୍ୟୁଜ): କୋହଳ ହେଲା କୋଭିଡ କଟକଣା, ଆଜି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ୪୦ ହଜାର ଭକ୍ତ । ସୋମବାରଠାରୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କୋଭିଡ କଟକଣା କୋହଳ ହୋଇଥିଲା । ଏବେ ପରବର୍ତ୍ତୀ ଏସଓପି ଆସିବା ପର୍ୟ୍ୟନ୍ତ ଜଗା ଦର୍ଶନ ପାଇଁ ଉଭୟ କୋଭିଡ୍ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ ନାହିଁ । ଯାହା ଭକ୍ତ ମାନଙ୍କ ଆସ୍ୱସ୍ତ କରିଛି । ଦୁଇଟି ଡୋଜ୍ ନେଇଥିବା ଟିକାର ପ୍ରମାଣପତ୍ର ଆଉ ଦେଖାଇବାକୁ ପଡିବ ନାହିଁ । ଆଜି ଭକ୍ତ ଶ୍ରଦ୍ଧାଳୁ ମାନେ ବିନା କୌଣସି ଦ୍ୱିଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଅନେକ ଦିନ ଅପେକ୍ଷାର ଅନ୍ତ ଘଟିଛି । ଆଜି ଶ୍ରୀମନ୍ଦିରରେ ୪୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ କରି ଖୁସି ଥିବାର ବ୍ୟକ୍ତ କରିଛନ୍ତି । ସୂଚନା ଅନୁସାରେ ପୂର୍ବ ନିଷ୍ପତ୍ତି ମୁତାବକ ପୁରୀବାସୀ ମାନେ ପଶ୍ଚିମଦ୍ବାର ଓ ଅନ୍ୟ ସମସ୍ତ ଭକ୍ତ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଉତ୍ତରଦ୍ଵାର ଦେଇ ପ୍ରସ୍ଥାନ କରିବେ। ପ୍ରତ୍ୟେକ ରବିବାର ମଧ୍ୟ ଶ୍ରୀମନ୍ଦିର ବିଶୋଧନ ପାଇଁ ବନ୍ଦ ରହିବ ।

Leave a Reply

Your email address will not be published.