ଗୋମାଂସ ନ କିଣିବାରୁ ଯୁବକକୁ ଠେଙ୍ଗାମାଡ, ମେଡିକାଲରେ ଭର୍ତ୍ତି

ସୁନ୍ଦରଗଡ, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାରେ ଗୋଚାଲାଣ, ଗୋମାଂସ ବିକ୍ରି, ରପ୍ତାନି ଦିନକୁ ଦିନ ଖୋଲାଖୋଲି ଭାବରେ ଚାଲିଛି । ଏଥିପାଇଁ ଗୋସୁରକ୍ଷାମଞ୍ଚ, ବଜରଙ୍ଗିଦଳ ବିଭିନ୍ନ ସମୟରେ ରାସ୍ତାରୋକ, ଥାନା ଘେରାଉ କରିବା ସହିତ ଜିଲ୍ଲା ପ୍ରଶାସନକୁ ବହୁବାର ଅଭିଯୋଗ କରିଛନ୍ତି । ହେଲେ ଜିଲ୍ଲାରେ ଗୋଚାଲାଣ ହେଲେ କେତେ, ଗୋମାଂସ ବିକ୍ରିହେଲେ କେତେ । ପ୍ରଶାସନ କିନ୍ତୁ ନିଘୋଡ଼ ନିଦରେ ଚେଇଁ ଶୋଇଛି । ଆଜି କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଗ୍ରାମରେ ଜଣେ ଟ୍ରକ ଡ୍ରାଇଭର ଟ୍ରକ୍ ନେଇ ଖତକୁରବାହାଲ ଗ୍ରାମକୁ ଯାଇଥିଲେ । ସେଠାରେ ଜଣେ ଗୋମାଂସ ବ୍ୟବସାୟୀ ଟ୍ରକ୍ ଡ୍ରାଇଭରଙ୍କୁ ଗୋମାଂସ କିଣିବାକୁ ବାଧ୍ୟ କରିଥିଲେ । ହେଲେ ସଂମ୍ପୃକ୍ତ ଡ୍ରାଇଭର ଗୋମାଂସ କିଣିବାକୁ ମନାକରିଥିଲେ । ଏଥିରେ ରାଗିଯାଇ ଗୋମାଂସ ବ୍ୟବସାୟୀ ଜଣକ ପାଖରେ ରଖିଥିବା ଠେଙ୍ଗାରେ ଡ୍ରାଇଭରଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିଥିଲେ । ଯାହାଫଳରେ ଡ୍ରାଇଭରଙ୍କ ମୁଣ୍ଡଫାଟିଯିବା ସହିତ ରକ୍ତଜୁଡୁବୁଡ ହୋଇ କୁତ୍ରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ କୁତ୍ରା ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

Leave a Reply

Your email address will not be published.