ଜାଣନ୍ତୁ ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କି ପଦକ୍ଷେପ ନେଉଛନ୍ତି ସରକାର

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ବିମାନ ସେବାକୁ ବନ୍ଦ କରାଯାଇଛି । ୟୁକ୍ରେନରେ ଭାରତୀୟ ନାଗରିକ ଫସି ରହିଛନ୍ତି । ସେମାନଙ୍କୁ ବାହାର କରିବା ପାଇଁ ଭାରତ ସରକାର ବିକଳ୍ପ ମାର୍ଗ ସକ୍ରୀୟ କରୁଛନ୍ତି । ଏଥିରେ ୟୁକ୍ରେନସ୍ଥିତ ଭାରତୀୟ ଦୂତାବାସ ଏକ ଆଡଭାଇଜରୀ ଜାରି କରିଛନ୍ତି । ଯେଉଁଥିରେ ନାଗରିକଙ୍କୁ ବିଚଳିତ ନହେବା ଲାଗି ପରାମର୍ଶ ଦିଆଯାଇଥିବାବେଳେ ଯିଏ ଯେଉଁଠାରେ ଅଛନ୍ତି ସେହିଠାରେ ରହିବା ପାଇଁ କୁହାଯାଇଛି । କାରଣ ଋଷିଆର ଆକ୍ରମଣ ପରେ ପରିସ୍ଥିତି ଅଚାନକ ବଦଳି ଯାଇଛି । କାରଣ ଋଷିଆର ଆକ୍ରମଣ ପରେ ପରିସ୍ଥିତି ଅଚାନକ ବଦଳି ଯାଇଛି । ଋଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଗୁରୁବାର ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିବା ସହିତ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି । ରାଜଧାନୀ କୈଭ ସମେତ କେତେକ ସ୍ଥାନରେ ଋଷର ଯୁଦ୍ଧବିମାନ ଆକ୍ରମଣ କରିଥିବାର ସୂଚନା ଆସୁଛି । ତୀବ୍ର ବଦଳୁଥିବା ଘଟଣାକ୍ରମରୁ ୟୁକ୍ରେନର ଆକାଶମାର୍ଗ ବନ୍ଦ ହୋଇଯାଇଥିବାରୁ ଏବେ ବିକଳ୍ପ ନିକାସ ମାର୍ଗକୁ ସକ୍ରୀୟ କରିବା ଲାଗି ଉଦ୍ୟମ ହେଉଛି । ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସ ସକ୍ରିୟ ଅଛି । ଏଣୁ ଦୂତାବାସଙ୍କ ପରାମର୍ଶ ପାଳନ କରିବା ଜରୁରି ବୋଲି କୁହାଯାଇଛି ।

Leave a Reply

Your email address will not be published.