ପ୍ରଭୁ ଚନ୍ଦ୍ରଶେଖରଙ୍କ ସୁନା ଭରଣ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଆଜି ପବିତ୍ର ମହାଶିବ ରାତ୍ରିରେ ବିଶ୍ୱର ଦ୍ୱିତୀୟ ହିମାଳୟ କୁହାଯାଉଥିବା ପ୍ରସିଦ୍ଧ ଶିବାଳୟ କପିଳାଶ ଠାରେ ବାବା ଚନ୍ଦ୍ରଶେଖରଙ୍କ ସୁନା ନାଗଭରଣ ବେଶ ପାଇଁ ପ୍ରସ୍ତୁତି କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଭୁଙ୍କ ନାଗଭରଣ ବେଶ ପାଇଁ ସର ଘରୁ ନାଗ ଭାର କପିଳାଶ ପୀଠ ନିମନ୍ତେ ବାହାରିଛି । ତେବେ ଏହି ଭାର ୧୩୫୨ ପାହାଚ ଅତିକ୍ରମ କରି ପହଂଚିବ ବାବାଙ୍କ ପାଖରେ । ଯାହା ପରେ ପ୍ରଭୁଙ୍କ ମହା ନାଗଭରଣ ବେଶ ଅନୁଷ୍ଠିତ ହେବ । ସୂଚନା ଥାଉ କି ପ୍ରତ୍ୟେକ ବର୍ଷ ପବିତ୍ର ମହାଶିବ ରାତ୍ରିରେ ସାରା ଦେଶରୁ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳୁଥିବାବେଳେ ଚଳିତ ବର୍ଷ କରୋନା କଟକଣାକୁ ଆଖି ଆଗରେ ରଖି କେବେଳ ଢେଙ୍କାନାଳବାସୀ କପିଳାଶ ପୀଠକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । ଏବଂ ଢେଙ୍କାନାଳରୁ ଆସୁଥିବା ଭକ୍ତମାନଙ୍କ ପାଇଁ ନିଜର ଆଧାର କାର୍ଡ ଏବଂ ଡବଲ ଡୋଜ କୋଭିଡ ଭାକସିନ ସାର୍ଟିଫିକେଟ ମଧ୍ୟ୍ୟ ବାଧ୍ୟତାମୂଳକ କରାଯାଇଛି ।

Leave a Reply

Your email address will not be published.