ପବିତ୍ର ମଣିନାଗେଶ୍ଵର ପୀଠରେ ଜାଗର ମେଳା ଅନୁଷ୍ଠିତ

ଖଇରା, (ନାଗରାଜ ନ୍ୟୁଜ ): ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଡାଲଙ୍ଗ ଗ୍ରାମ । ଡାଲଙ୍ଗ ଗ୍ରାମରେ ବାବା ମଣିନାଗେଶ୍ଵର ଶୈବ୍ୟ ପିଠ । ଶିବ ଲିଙ୍ଗ ମାଟି ତଳୁ ଉଭାନ ହୋଇଥିବାରୁ ଏହାର ନାମ ମଣିନାଗେଶ୍ଵର ନାମରେ ନାମିତ ବୋଲି କିମ୍ବଦନ୍ତୀ କହିଛି । ମଣିନାଗେଶ୍ଵରଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା । ଦୀପ ଜାଳି ସମସ୍ତେ ଅପେକ୍ଷା କରିଥିଲେ ମହା ଦୀପ ଉଠିବା ପର୍ୟ୍ୟନ୍ତ । ବିଶ୍ଵାସ ଅଛି ଆଜିର ଦିନରେ ଏହି ଶୈବ୍ୟ ପିଠରେ ଦୀପ ଜାଳିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଜାଗର ଦିନ ଏଠାକୁ ଭକ୍ତମାନେ ଛୁଟି ଆସିଥାନ୍ତି । ତେବେ ପାଞ୍ଚ ଶହ ବର୍ଷର ପୁରାତନ ଏହି ଶୈବ୍ୟ ପିଠରେ ୨ ଦିନ ଧରି ଜାଗର ମେଳା ବସିଥାଏ ଏବଂ ଭଜନ ସଂନ୍ଧ୍ୟା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.