ମାସ୍କ ନପିନ୍ଧିଥିଲେ ଲାଗିବ ଅଧିକ ଫାଇନ, ନିୟମ ଭାଙ୍ଗିଲେ ହଜାରେ ଏବଂ ଏହାପରେ ଆଦାୟ ହେବ ୫୦୦୦ ଟଙ୍କାର ଜରିମାନା

ଭୁବନେଶ୍ୱର: (Nagraj News) D: 31.07.2020

ମାସ୍କ ନପିନ୍ଧିଲେ ମୋଟା ଅଙ୍କର ତଣ୍ଡ । ତେବେ ପ୍ରଥମ ଦୁଇ ଥର ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧ ହଜାର ଟଙ୍କା ଜରିମାନା । ଦ୍ୱିତୀୟ ଥର ନିମୟ ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି ।

– ବାହାଘରରେ ନିୟମ ଭାଙ୍ଗିଲେ ୧୦, ୦୦୦ ଟଙ୍କା ଫାଇନ

– ବାହାଘର ହେଉଥିବା ସ୍ଥାନକୁ ସିଲ କରିଦିଆଯିବ

– ୧୦ ଜଣଠୁ ବେଶୀ ଲୋକ ଏକାଠି ହେଲେ ଫାଇନ ପଡିବ

– କାର୍ଯ୍ୟକ୍ରମ ଆୟୋଜନ କରିଥିବା ଲୋକଙ୍କୁ ୧୦, ୦୦୦ ଫାଇନ

– ଦୋକାନ, କାର୍ଯ୍ୟାଳୟ, ଅନୁଷ୍ଠାନ ନିୟମ ନମାନିଲେ ଫାଇନ

– ୧୦ ହଜାର ଟଙ୍କା ଫାଇନ ଆଦାୟ କରାଯିବ

– ପ୍ରଥମ ଥର ନିୟମ ଭାଙ୍ଗିଲେ ସପ୍ତାହେ, ଏହାପରେ ମାସେ ସିଲ

ରାଜ୍ୟ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରିଛନ୍ତି । ଘରୁ ବାହାରିଲେ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱାରୋପ କରିବା ସହ ସର୍ବସାଧାରଣରେ ସାମାଜିିକ ଦୂରତ୍ୱ ବଜାୟ ରଖିବା ଅନିବାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published.