ସୌରଚାଳିତ ନଳକୂଅ ଅଚଳ, ମରାମତି ପାଇଁ ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦଶା

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ସରକାର ପାନୀୟ ଜଳ ସମସ୍ୟା ଦୂର କରିବା କୁ ପଂଚାୟତ ଗୁଡିକ କୁ ଦାୟିତ୍ୱ ଦେଇଛନ୍ତି । ହେଲେ ନଳକୂପ ମରାମତି ପଂଚାୟତ କୁ ହସ୍ତାନ୍ତର ପରେ ଦୁର୍ଦଶା ବଢୁଛି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାଇ ବେଲପଡ଼ ବ୍ଲକ ତେନ୍ତୁଳୀମୁଣ୍ଡା ପଂଚାୟତ ର ତେନ୍ତୁଳି ମୁଣ୍ଡା ଗ୍ରାମ ସ୍କୁଲ ପଡାରେ ଥିବା ସୌରଚାଳିତ ନଳକୂପ ଓ ସପ୍ଲାଇ ପାଣି ଦୀର୍ଘ ତିନି ମାସ ହେବ ଅଚଳ ହେତୁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ।  ସେହିପରି ଖପ୍ରାଖୋଲ ବ୍ଲକ ଚଂଘରିଆ ପଂଚାୟତ ରେଙ୍ଗାଳଜୁରୀ ଗ୍ରାମ ର ଏକ ମାତ୍ର ସୌର ଚାଳିତ ନଳକୂପ ଦୀର୍ଘ ଦିନ ହେବ ଅଚଳ ହୋଇ ପଡିଥିବା ସୂଚନା ମିଳିଛି । ବର୍ତମାନ ଗ୍ରୀଷ୍ମ ପ୍ରବାହ ରେ ଗ୍ରାମବାସୀ ପାନୀୟ ଜଳ ପାଇଁ ଡହକ ବିକଳ ହେଉଛନ୍ତି । ଗ୍ରାମବାସୀ ମାନେ ଖୋଲା କୁଅ ରୁ ପାଣି ବ୍ୟବହାର କରୁଛନ୍ତି । ଯାହାଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ର ସମ୍ଭାବନା ଦେଖାଦେଇଛି । ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.