ମହିଳା ବିଶ୍ୱକପ୍‌: ଭାରତର ବ୍ୟାଟିଂ ଜାରି

ଆକ୍‌ଲାଣ୍ଡ, ( ନାଗରାଜ ନ୍ୟୁଜ ): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ବିଶ୍ୱକପର ଅନ୍ୟତମ ଲିଗ୍ ମ୍ୟାଚରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ଟିମ୍ ମୁହାଁମୁହିଁ ହୋଇଛନ୍ତି । ଆକଲାଣ୍ଡର ଇଡେନ୍ ପାର୍କରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କଙ୍ଗାଳୁ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ମିତାଲି ରାଜଙ୍କ ନେତୃତ୍ୱରେ ଭାରତ ବ୍ୟାଟିଂ ଜାରି ରଖିଛି ।

ସୂଚନାଯୋଗ୍ୟ, ବିଶ୍ୱକପରେ ଭାରତ ନିଜର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ୧୦୭ ରନ୍‌ରେ ପରାସ୍ତ କରିଥିଲା । ମାଉଣ୍ଟ ମାଉନଙ୍ଗନୁଇ ଷ୍ଟାଡିୟମରେ ଭାରତକୁ ଏହି ବିଶାଳ ବିଜୟ ମିଳିଥିଲା । କିନ୍ତୁ ହାମିଲଟନରେ ନ୍ୟୁଜିଲାଣ୍ଡ ଟିମ୍ ଭାରତକୁ ୬୨ ରନ୍‌ରେ ପରାସ୍ତ କରିଥିଲା । କିନ୍ତୁ ଭାରତୀୟ ଟିମ୍ ୱେଲିଂଟନରେ ୱେଷ୍ଟଇଣ୍ଡିଜକୁ ୧୫୫ ରନ୍‌ରେ ପରାସ୍ତ କରିଥିଲା । ମାତ୍ର ମାଉଣ୍ଟ ମାଉନଙ୍ଗନୁଇର ବେ ଓଭାଲରେ ଇଂଲଣ୍ଡ ଟିମ୍ ଭାରତକୁ ୪ ୱିକେଟ୍‌ରେ ପରାସ୍ତ କରିଥିଲା ।

Leave a Reply

Your email address will not be published.