ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସମ୍ବଲପୁର ଜିଲ୍ଲାର ବାମରାଠାରେ ଟ୍ରେନ ରହଣୀ ଦାବି ନେଇ ସକାଳ ୬ଟାରୁ ରେଲରୋକ କରିବା ସହିତ ବାମରା ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା। ଯାହାଫଳରେ ବାମରା ର ଦୋକାନ ବଜାର, ସ୍କୁଲ କଲେଜ ସରକାରୀ ଅଫିସ ବନ୍ଦ ରହିବା ସହିତ ହଜାର ହଜାର ସଂଖ୍ୟାରେ ଲୋକ ରେଲଧାରଣାରେ ବସି ଆନ୍ଦୋଳନ କରିଥିଲେ।ରେଲରୋକ ଯୋଗୁଁ ରାଜଗାଙ୍ଗପୁର ଏବଂ ଝାରସୁଗୁଡାଷ୍ଟେସନ୍ ରେ ଦୀର୍ଘ ସମୟଧରି ଅନେକ ଗୁଡ଼ିଏ ଟ୍ରେନ ଅଟକି ରହିଥିଲା। ଯାହାଫଳରେ ଟ୍ରେନ ରେ ଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭାରତ ସ୍ବାଧୀନ ହେବାଆଗରୁ ଅର୍ଥାତ୍ ୧୮୯୧ମସିହାରୁ ଏହି ରେଲପଥ ମୁମ୍ବାଇ ନାଗପୁର (BNR)ନାମରେ ନାମିତ ହୋଇ ବାମରା ଷ୍ଟେସନ ଦେଇ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା। ପରେ ତାହା ହାଓଡ଼ା ମୁମ୍ବାଇ ଦକ୍ଷିଣ ପୂର୍ବ ରେଳବାଇ(SERlY) ଅଧିନରେ ଅଛି।ଯାହାର ଡିଭିଜନ ହେଉଛି ଚକ୍ରଧରପୁର(CKP) ଏବଂ ମୁଖ୍ୟ କାର୍ଯ୍ୟାଳୟ ହେଉଛି କଲିକତା। ବାମରା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳ ରେ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି। ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ଟ୍ରେନ୍ ଯୋଗେ ଏହି ଷ୍ଟେସନ୍ ରୁ ବିଭିନ୍ନ ସ୍ଥାନକୁ ବିକ୍ରି କରିବାକୁନେଇଥାନ୍ତି। ଛାତ୍ରଛାତ୍ରୀ ପାଠପଢିବାକୁ ଯିବାଆସିବା କରିବା ସହିତ ରୋଗୀଙ୍କୁ ଦୁରସ୍ଥାନକୁ ନେବାଆଣିବାରେ ଏହି ଷ୍ଟେସନ୍ ଉପରେ ମୁଖ୍ୟତଃ ନିର୍ଭର କରିଥାନ୍ତି। ଏହି ଷ୍ଟେସନ୍ ଉପରେ ବାମରା ବ୍ଳକ ସହିତ ପଡୋଶୀ ସୁନ୍ଦରଗଡ଼, ଝାରସୁଗୁଡ଼ା, କୁଚିଣ୍ଡା ତଥା ଦେବଗଡ ଜିଲ୍ଲାର ଜନସାଧାରଣ ନିର୍ଭର କରିଥାନ୍ତି। ଗତ ୨୦୧୯ ରେ କରୋନାମହାମାରୀ ସମଗ୍ର ବିଶ୍ଵକୁ କବଳିତ କରିଥିଲା। ତେଣୁ ସାରା ଭାରତବର୍ଷ ରେ ରେଲଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଦୁଇ ବର୍ଷ ପରେ ପୁଣି ରେଲଚଳାଚଳ ସ୍ବଭାବିକ ହୋଇଛି। ହେଲେ ପରିତାପର ବିଷୟ ଯେ, ପୂର୍ବରୁ ଏହି ଷ୍ଟେସନ୍ ରେ ଅଟକୁ ଥିବା ଏକ୍ସପ୍ରେସ ଟ୍ରେନ ର ରହଣୀ କୁ ରେଲକତୃପକ୍ଷ ଉଛେଦ କରିଦେବାରୁ ଲୋକମାନେ ବର୍ତ୍ତମାନ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏବିଷୟରେ ରେଲଵିଭିଗକୁ ବାରମ୍ବାର ଦାବି ଜଣାଇଲେ ମଧ୍ୟ ଦାବି କୁ ଅଣଦେଖା କରିଛନ୍ତି।ଏ ସମ୍ପର୍କରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ବିଧାନସଭାରେ ମଧ୍ୟ ଦାବି ଉପସ୍ଥାପନ କରିଥିଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଆଜି ବାମରା ରେଲକ୍ରିୟାନୁଷ୍ଠାନକମିଟି ହଜାର ହଜାର ଲୋକ ଙ୍କ ସହଯୋଗ ରେ ସକାଳ ୬ଟାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ରେଲଧାରଣାରେ ରେୱରୋକ ଆନ୍ଦୋଳନ କରିଥିଲେ। ପରେ ଅପରାହ୍ନ ପାଖାପାଖି ୩ଟା ସମୟରେ ରେଲକତ୍ରୃପକ୍ଷ ର ଗତକାଲି ଠାରୁ ଦାବି ମୁତାବକ ସମସ୍ତ ଟ୍ରେନ ର ରହଣୀ ମାନିନେବାରୁ ଆନ୍ଦୋଳନ କୁ ପ୍ରତ୍ୟାହାର କରିନେଇଥିଲେ ।
ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ