ଶ୍ରୀନିବାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ଶିବିର ଅନୁଷ୍ଠିତ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମଙ୍ଗଳପୁର ଶ୍ରୀନିବାସ ବିଦ୍ୟାଳୟରେ ଓଡିଶା ସରକାର ଏବଂ ଗଣଶିକ୍ଷା ବିଭାଗ ତରଫରୁ ଆଠ ଦିନିଆ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୁଇଯାଇଛି । ଏହି ଶିବିରକୁ ଅଧ୍ୟକ୍ଷ ଜଗଦୀଶ ଚନ୍ଦ୍ର ଉଦଘାଟନ କରି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ମଧ୍ୟରୁ ନାରୀ ସଶକ୍ତିକରଣର ଏହା ଏକ ଅଂଶ ବିଶେଷ ବୋଲି କହିଥିଲେ । ଆତ୍ମରକ୍ଷା ତାଲିମ ଯୋଜନାର ସଂଯୋଜକ ତଥା ଇଂରାଜୀ ବିଭାଗର ଅଧ୍ୟାପକ ଡ଼.ପୁଣ୍ୟବ୍ରତ ମହାନ୍ତି ସାହସ, ଆତ୍ମବିଶ୍ୱାସ, ନିଜ କାର୍ଯ୍ୟ ପ୍ରତି ଆନ୍ତରିକତା ଓ କଠିନ ପରିଶ୍ରମ ଦ୍ୱାରା ଅସାଧ୍ୟ ସାଧନ କରାଯାଇପାରେ । ଏହି ଶିବିରରେ ୧୩୭ ଜଣ ଛାତ୍ରୀ ମାନଙ୍କୁ ନେଇ ମାଷ୍ଟର ଟ୍ରେନର ପୂଜା ନାୟକ ଆତ୍ମରକ୍ଷା କୌଶଳ ତଥା ମାର୍ଶାଲ ଆର୍ଟ ଓ କରାଟେ ଟ୍ରେନିଂ ଦେଇଥିଲେ । ତର୍କସାସ୍ତ୍ର ବିଭାଗର ଅଧ୍ୟାପିକା କୁମାରୀ ନିବେଦିତା ମଲିକ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରୀ ମାନଙ୍କୁ ଧନ୍ୟବାଦ ଜାଣିଥିଲେ । ପରେ ଡ଼. ମହାନ୍ତି ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ଶିବିର ପାଇଁ ଏକ ସାର୍ଟିଫିକେଟ ସହ ଏକ ବହି ପ୍ରଦାନ କରାଯାଇଥିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.