ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ବର୍ତ୍ତମାନ ରାଜ୍ୟସରକାର ସମସ୍ତ ସ୍କୁଲ କଲେଜକୁ ‘୫ଟି’ ଅଧିନରେ ରଖି ବିଦ୍ୟାଳୟ ରକାନ୍ଥବାଡ ସବୁ ବିଭିନ୍ନ ଫଟୋ ଚିତ୍ରରେ ରଙ୍ଗିନ କରି ଆଦର୍ଶ ବିଦ୍ୟାଳୟ ତିଆରି କରାଯାଉଛି। ଯାହାଦ୍ବାରା ବିଦ୍ୟାଳୟ ପରିସର ସରସସୁନ୍ଦର ଦେଖାଯାଉଛି। ସରକାର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଠନ କରିବାପାଇଁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି। ହେଲେ ପରିତାପର ବିଷୟ ଯେ, ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅଧୀନରେ ଥିବା ତୁନମୁରାପଞ୍ଚାୟତର ଗମ୍ଭାରଡିହି ସର୍ଗୁକିଶାନ ବିଦ୍ୟାପିଠ ଟି ବର୍ତ୍ତମାନ ବିପଦସଙ୍କୁଲଅବସ୍ଥାରେ ପଡ଼ିରହିଛି। ଛାତ୍ରଛାତ୍ରୀ ମାନେ ଭୟରବାତାବରଣରେ ଅଧ୍ୟୟନ କରୁଛନ୍ତି। କେଉଁ ମୂହୁର୍ତରେ ବିଦ୍ୟାଳୟ ଟି ଭୁଷୁଡି ପଡି ଅଘଟଣ ଘଟିବ କହିହେବନି ।
କାନ୍ଥ ଏବଂ ଛାତଫାଟି ଆ କରିଛି । ଭଙ୍ଗା ଦଦରା ହଷ୍ଟେଲ ରେ ରହି ୫୨ଜଣ ଛାତ୍ରଛାତ୍ରୀ ମାସକୁ ୧୦୦୦ଟଙ୍କା ମେଷଖର୍ଚା ଦେଇପାଠପଢୁଛନ୍ତି।ଲେଟ୍ରିଙ୍ଗ, ବାଥରୁମ୍ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ବହୁହଇରାଣ ହେଉଛନ୍ତି। ଏସମ୍ପର୍କରେ ଗ୍ରାମବାସୀ, ଅଭିଭାବକ ସମସ୍ତେ କୁତ୍ରା ବିଇଓ, ସୁନ୍ଦରଗଡ଼ ବିଇଓ, ସୁନ୍ଦରଗଡ଼ ଜିଲ୍ଲାପାଳ କୁତ୍ରା ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଖଣିଖାଦାନ ରେ ଭରପୁର ଏହି ଜିଲ୍ଲାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଉଛନ୍ତି । ପିଲାଙ୍କ ଭବିଷ୍ୟତ ଗଠନ କରିବାପାଇଁ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପ୍ରାଣ ଉଦ୍ୟମ କରୁଛନ୍ତି।ଯୋଯନାପରେଯୋଯନାକରୁଛନ୍ତ। ହେଲେ , ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ କେମିତି ପାଠପଢି ସେମାନଙ୍କ ଭବିଷ୍ୟତ ଗଢିବେ ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସମ୍ପର୍କରେ ଆମପ୍ରତିନିଧି ତୁନମୁରାପଞ୍ଚାୟତ ନବନିର୍ବାଚିତସରପଞ୍ଚ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି “ଗତକାଲି ବିଦ୍ୟାଳୟ କୁ ଯାଇ ଦେଖିଥିଲେ ଯେ, ପ୍ରକୃତରେ ବିଦ୍ୟାଳୟ ଟି ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଛାତ୍ରଛାତ୍ରୀ ଭୟଭୀତ ହୋଇ ପାଠପଢୁଥିବା ରୁ ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ , ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ବିଦ୍ୟାଳୟର ସମସ୍ତ ଅସୁବିଧା ଦୁରକରିବେବୋଲି ସେ କହିଛନ୍ତି ।
ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ