ଉଦଯାପିତ ହୋଇଯାଇଛି ଔପଦା ଆଞ୍ଚଳିକ ମହୋତ୍ସବ

ଖଇରା, (ନାଗରାଜ ନ୍ୟୁଜ): ଉଦଯାପିତ ହୋଇଯାଇଛି ଔପଦା ଆଞ୍ଚଳିକ ମହୋତ୍ସବ । ବାଲେଶ୍ଵର ଜିଲ୍ଲା ନିଳଗିରି ଉପଖଣ୍ଡ ଔପଦା ବ୍ଲକର ସଦର ମହକୁମା ତଳକିଆ ଗ୍ରାମ ପଞ୍ଚାୟତରେ ଥିବା ଔପଦା ହାଇସ୍କୁଲ ପଡ଼ିଆରେ ୧୩ ତାରିଖରୁ ଆରମ୍ଭ ହୋଇଥିବା ଔପଦା ଆଞ୍ଚଳିକ ମହୋତ୍ସବ 18 ତାରିଖରେ ଉଦଯାବିତ ହୋଇ ଯାଇଛି । ଖୁବ୍ ଧୁମଧାମରେ ପାଳିତ ହୋଇଯାଇଥିବା ଏହି ମହୋତ୍ସବ ର ଶେଷ ସଂଧ୍ୟା ରେ ବିପୁଳ ସଂଖ୍ୟା ର ଦର୍ଶକ ମଣ୍ଟୁ ଛୁରିଆ ଙ୍କ ଟିମ୍ କୁ ଦେଖି ବାକୁ ରୁଣ୍ଡ ହେଇଥିଲେ । ଆୟୋଜିତ ଉଦଯାପନୀ ସନ୍ଧ୍ୟା ରେ ଏକ ସଭା ଅଶୋକ ପ୍ରଧାନ ସଭାପତି ଙ୍କ ପୈରହିତ୍ବ ରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସୋର ବିଧାୟକ ପର୍ଶୁରାମ ଧଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଡିଓ ତଥା ଶିକ୍ଷକ ନେତା ଜିତେନ୍ଦ୍ର କୁମାର ବେହେରା ଯୋଗ ଦେଇ ବର୍ତ୍ତମାନ ଶିକ୍ଷା ନୀତି ଓ ତାହାର ଦିଗ ଉପରେ ବିଶେଷ ଆଲୋଚନା କରିଥିଲେ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 25 ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ବିଜୁ ବାବୁଙ୍କ ଫୋଟ ଚିତ୍ର ରେ ଅତିଥି ମାନେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ,ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ଜ୍ଞ ପ୍ରଫୁଲ୍ଲ କର ଙ୍କର ଆଜି ଦେହାନ୍ତ ହୋଇ ଯାଇ ଥିବାରୁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରା ଯାଇଥିଲା । ଗୋଟିଏ ମିନିଟ୍ ପାଇଁ ସମସ୍ତେ ଉତ୍ସବ ସ୍ଥଳ ଚଳ ଚଞ୍ଚଳ ପରିବର୍ତ୍ତେ ନିସ୍ତବ୍ଧ ହୋଇଯାଇଥିଲା ।

ବିଶେଷ ଅବଦାନ ପାଇଁ 2 ଜଣ ସାମ୍ବାଦିକ ଗୟାଧର ତ୍ରିପାଠୀ (ସମାଜ)ର ଔପଦା ପ୍ରତିନିଧି ଏବଂ ପ୍ରଗତି ବାଦୀ ର ବ୍ଲକ ପ୍ରତିନିଧି ନିଳାମ୍ବର ପଣ୍ଡା ଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବନ୍ଧିତ କରା ଯାଇଥିଲା,ଔପଦା ଥାନା ଭାରପ୍ରାପ୍ତ ଅଧିକାରୀ ସାଲଖାନ୍ ମୁର୍ମୁଙ୍କ ତାଙ୍କର ନିଷ୍ଠାପର ସେବା ପାଇଁ ଅନୁଷ୍ଠାନ ତରଫରୁ ସମ୍ବନ୍ଧିତ କରା ଯାଇଥିଲା । ଏତତ୍ ଭିନ୍ନ ଆଞ୍ଚଳିକ ମହୋତ୍ସବ ର 12 ଜଣ ସ୍ବେଚ୍ଛାସେବୀ ଙ୍କୁ ବେଷ୍ଟ ଭଲ୍ୟୁଣ୍ଟର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା,ପ୍ରାରମ୍ଭିକ ସୂଚନା ଦେଇ ଥିଲେ ଅନୁଷ୍ଠାନ ର ଉପସଭାପତି ଶିକ୍ଷକ ନେତା ବୈକୁଣ୍ଠ ନାଥ ପୋଥାଳ, ଅତିଥି ମାନଙ୍କୁ ମଞ୍ଚ କୁ ଆହ୍ଵାନ କରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.