ପୁରୀ, (ନାଗରାଜ ନ୍ୟୁଜ): ସମାଜ ସେବାରେ ସମର୍ପଣ ଭାବ ରହିବା ଉଚିତ , ନିଃସ୍ୱାର୍ଥପର ଭାବେ କାର୍ଯ୍ୟକଲେ ଆତ୍ମସନ୍ତୋଷ ମିଳିବ, ସମାଜରେ ଏବେ ନିଷ୍ଠାପର ସେବକଙ୍କ ଆବଶ୍ୟକତା ରହିଥିବା ପଦ୍ମବିଭୂଷଣ ସୁଦର୍ଶନ ସାହୁ ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା ର ବାର୍ଷିକ ଉତ୍ସବରେ ରବିବାର ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଛନ୍ତି । ସେ କହିଲେ ସମାଜର ଅବହେଳିତ ଏବଂ ଅସହାୟ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ପରିଷଦ କାର୍ଯ୍ୟ କରିବା ଉଚିତ। ଏବେ ମଧ୍ୟ ବହୁଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ସମ୍ମାନିତ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତା ଯୋଗ ଦେଇ କହିଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ପୁରୀ ଆସୁଥିବା ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କୁ ଉତ୍ତମ ଆତିଥେୟତା ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି। ସ୍ୱେଚ୍ଛାସେବୀ ସଂସ୍ଥା ଗୁଡିକର ସହଯୋଗ ବିନା ସରକାରୀ ଯୋଜନାର ସଫଳତା ଲୋକଙ୍କ ପାଖରେ ପହଞ୍ଚି ପାରିବ ନାହିଁ । ସେବାର କୌଣସି ସୀମା ନଥିବା ଶ୍ରୀ ହୋତା ପ୍ରକାଶ କରିଛନ୍ତି ।
ପରିଷଦ ର ପୂର୍ବ କ୍ଷେତ୍ର ମହାସଚିବ ଶ୍ରୀଯୁକ୍ତ ପୂର୍ଣ ଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପରିଷଦ ଗଠନ ର ପୃଷ୍ଠଭୂମି,ଲକ୍ଷ୍ୟ ,ଆଦର୍ଶ ଏବଂ ସମ୍ପର୍କ,ସହଯୋଗ,ସେବା,ସଂସ୍କାର,ସମର୍ପଣ ଆଦି ପରିଷଦ ର ପଞ୍ଚସୁତ୍ରୀ କାର୍ୟ୍ଯକର୍ମ ସମ୍ପର୍କରେ କହିଥିଲେ। ନୂତନ ପଦାଧିକାରୀ ମାନେ ଦାୟିତ୍ୱ ନେବା ସହ ଆଗାମୀ ଦିନରେ ଆନିମିଆ ମୁକ୍ତ ଭାରତ ଗଠନ କ୍ଷେତ୍ର ରେ ସଚେତନତା ସୃଷ୍ଟି,ପୁରୀ ତାଳବଣିଆ ରେ ତାଳ ଗଛ ରୋପଣ ଏବଂ ଅଧିକ ସଦସ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦେବାକୁ ସଭାରେ ଆହ୍ୱାନ ଦିଆଯାଇଥିଲା। ପରିଷଦ ର ପୂର୍ବ ବର୍ଷ ର ସଭାପତି ମୁକ୍ତିକାନ୍ତ ଦାସ ଉତ୍ସବରେ ଅଧ୍ୟକ୍ଷତା କରିଥିଲେଏବଂ ନୂତନ ସମ୍ପାଦକ ସୌମେନ୍ଦ୍ର ଦାସ ସଭା ସଂଯୋଜନା କରିଥିଲେ। ପରିଷଦ ର ପ୍ରାନ୍ତ ଅଧକ୍ଷ ଶୁଭାଶିଷ କର ନୂତନ ପଦାଧିକାରି ଏବଂ ପ୍ରାନ୍ତୀୟ ସଚିବ ପ୍ରଦୀପ୍ତ ମହାରଣା ନୂତନ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇ ଲ୍ୟାପଲ ପୀନ ପ୍ରଦାନ କରିଥିଲେ। ସମ୍ପାଦକ ପୀତାମ୍ବର ମହାପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ନୂତନ ସଭାପତି ପ୍ରଫୁଲ କୁମାର ମିଶ୍ର , କୋଷାଧ୍ୟକ୍ଷ ନିମାଇ ଚରଣ ସାହୁ, ଗଣ ମାଧ୍ୟମ,ପ୍ରଚାର ପ୍ରସାର ଲାଲା ଅନନ୍ତ କୁମାର ସିଂହଁ ଶପଥପାଠ କରିଥିଲେ। ପୃଷ୍ଠପୋଷକ: ଶ୍ରୀଯୁକ୍ତ ଟି ବାନାମ୍ବର ପାତ୍ର , ଶ୍ରୀଯୁକ୍ତ ରାଜକିଶୋର ପାତ୍ର . ଉପଦେଷ୍ଟା : ଡ଼ଃ ହରିହର ହୋତା , ଡ଼ଃ ସୁରେନ୍ଦ୍ର ନାଥ ପତି , ଶ୍ରୀଯୁକ୍ତ ମୁକ୍ତିକାନ୍ତ ଦାସ . ଉପସଭାପତି: ଡ଼ଃ ନାରାୟଣ ଚନ୍ଦ୍ର ଦାସ . (ସଂପର୍କ ସଚିବ )ବୁଧ ଦେବ ମହାପାତ୍ର . ସଂଗଠନ ସଚିବ: ଦେବେନ୍ଦ୍ର ରଥ . ସେବା ସଚିବ : ମୀରା ମହାରଣା . ସଂସ୍କାର ସଚିବ: ପିତାମ୍ବର ମହାପାତ୍ର . ମହିଳା ଏବଂ ବାଲ ବିକାଶ ସଚିବ: ମୋନାଲିସା ପଟନାୟକ . ; ଏକା ସାଙ୍ଗରେ ଅନ୍ୟ ମାନେ ଶପଥ ପାଠ କଲେ ସଂସ୍କାର ସଚିବ ପିତାମ୍ବର ମହାପାତ୍ର, ଶରତ ଜୟସିଂହ, ଭାରତ କୋ ଯାନୋ ମଣିରାମ ବାବୁ, ରାଷ୍ଟ୍ରିୟ ସମୂହଗାନ ପ୍ରତିଯୋଗିତା
ଶ୍ରୀମତୀ ଉର୍ମିଳା ସ୍ୱାଇଁ , ସେବା ସ୍ୱାସ୍ଥ୍ୟ ଶିବିର,ରକ୍ତଦାନ ଶିବିର ଡ଼ଃ କାମଦେବ ଦାସ , ବୃକ୍ଷ ରୋପଣ ଶ୍ରୀଯୁକ୍ତ ସନ୍ତୋଷ ମହାନ୍ତି , ରଥ ଯାତ୍ରା ଜଗଦୀଶ ଆଚାର୍ଯ୍ୟ , ସଂସ୍କୃତି ସପ୍ତାହ ମମତା ପାତ୍ର , ବଣଭୋଜି ଭବାନୀ ରଥ ।
ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ଵ ଅର୍ଜନ କରିଥିବା ଡିଏଭି ପବ୍ଲିକ ସ୍କୁଲ ଛାତ୍ରୀ ଆକୃତୀ କର, ପ୍ରତୀକ୍ଷା ସାମନ୍ତରାୟ, ସତ୍ୟବ୍ରତ ଭୋଳ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ରଶ୍ମିଶ୍ରୀ ସେନ ଚୌଧୁରୀ, ମହିଳା ମହାବିଦ୍ୟାଳୟ ଛାତ୍ରୀ ଋତୁପର୍ଣ୍ଣା ମହାନ୍ତି, ପଦ୍ମଲୋଚନ ମହାପାତ୍ର, ଦିଶା ବିଣାକାର ଏବଂ ଶୁଭମ ନନ୍ଦଙ୍କୁ ପୁରସ୍କୃତ କରାଯାଇଥିଲା। ମାତୃପିତୃ ଆହାର ସେବା ମାଧ୍ୟମରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୀ ସେବା ସମିତି, ଭୋକିଲା ଙ୍କୁ ଖାଦ୍ୟ ଏବଂ ଖାଦ୍ୟ ବଞ୍ଚାଅ ଅଭିଯାନ ନିମନ୍ତେ ଜନ ଜାଗରଣ ମଞ୍ଚ, ରକ୍ତଦାନ କ୍ଷେତ୍ରରେ ସଫଳ ଅଭିଯାନ ନିମନ୍ତେ ସମର୍ପଣ, ସମାଜ ସେବା କ୍ଷେତ୍ରରେ ବୈପ୍ଳବିକ ଆନ୍ଦୋଳନ ନିମନ୍ତେ ସେଣ୍ଟର ଫର ଆକ୍ସନ ଏବଂ ସାଇକେଲ ମାଧ୍ୟମ ରେ ପୁରୀ ରୁ ବିଶାଖାପାଟଣା ଯାଇ ସୁସ୍ଥ ଭାରତ ସଚେତନତା ପାଇଁ ରଘୁନାଥ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିର୍ଣ ସମୟରେ ପରିଷଦ କୁ ସହାୟତା ଦେଇଥିବା ଶୁକଦେଵ ପୃଷ୍ଟି,ନିଦାନ ଏ ପାଥୋଲ୍ୟାବ,ଓଡିଶା ସଙ୍ଗୀତ ପରିଷଦ, ଶ୍ରୀରାମ ରେଫ୍ରିଜିରେସନ,ଏବଂ ଭାରତ କୋ ଯାନୋ କାର୍ଯ୍ୟକ୍ରମ ର ସହାୟତା ପାଇଁ ଆଦିତ୍ୟ ବାହିନୀ ଓ ଡ଼ଃ ମନୋରଞ୍ଜନ ଦାସ ଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ପର୍କ ସଚିବ ତଥା ଉପସଭାପତି ବୁଧଦେଵ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସୁପ୍ରିତି କର,ମୋନାଲିସା ପଟନାୟକ,ଦେବେନ୍ଦ୍ର ରଥ,ରାମଚନ୍ଦ୍ର ଦଳାଇ,ମୀରା ମହାରଣା,ମମତା ପାତ୍ର, ଉର୍ମିଳା ସ୍ୱାଇଁ,ଜଗଦୀଶ ଆଚାର୍ଯ୍ୟ,ଗୀତା ସାମନ୍ତାରାୟ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସଭା ପ୍ରାରମ୍ଭ ରେ ବନ୍ଦେମାତରଂ ଏବଂ ସଭା ଶେଷ ରେ ରାଷ୍ଟ୍ର ଗାନ କରାଯାଇଥିଲା ।