ହାର୍ଡଖୋର୍ ଡକାୟତି ଗ୍ୟାଙ୍ଗ୍ ର ଫର୍ଦ୍ଦାଫାଶ୍

କଟକ, (ନାଗରାଜ ନ୍ୟୁଜ): ନିଛାଟିଆ ଦେଖି କରୁଥିଲେ ପ୍ଲାନିଂ । ଆଉ ଘରେ କେହି ନ ଥିବା ସୁଯୋଗ ନେଇ କରୁଥିଲେ ଲୁଟପାଟ୍  । ଏଭଳି ଏକ ହାର୍ଡଖୋର୍ ଡକାୟତି ଗ୍ୟାଙ୍ଗ୍ ର ଫର୍ଦ୍ଦାଫାଶ୍ କରିଛି କଟକ ବିଡାନାସୀ ଥାନା ପୋଲିସ । ପୋଲିସ ର ସୂଚନା ମୁତାବକ ଗତ ମାସରେ ଚହଟାନଗର ଅଞ୍ଚଳରେ ସିରିଜ୍ ଲୁଟ୍ ହୋଇଥିଲା। ଏ ସଂକ୍ରାନ୍ତରେ ପୋଲିସ ନିକକରେ ଅଭିଯୋଗ ପହଞ୍ଚିବା ପରେ ପୋଲିସ ତଦନ୍ତକୁ ଜୋର୍ କରିଥିଲା। ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱ।ର୍ଡ୍ ସାହାଯ୍ୟରେ ଘଟଣାର ଛାନଭିନ୍ କରିଥିଲା। ଆଉ ତଦନ୍ତ ସମୟରେ ହିଁ ଏହି ୪ ଜଣିଆ ଗ୍ୟାଙ୍ଗ୍ କୁ ଧରିବାରେ ସଫଳ ହୋଇଥିଲା। ଏହି ଗ୍ୟାଙ୍ଗ୍ ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଏମାନଙ୍କ ଠାରୁ ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର, ମୋବାଇଲ, ଗୋଟିଏ ବୋଲେରୋ ଗାଡି,ନଗଦ ଟଙ୍କା ଜବତ କରାଯାଇଥିବା ଏକ ପ୍ରେସମିଟ୍ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ।

ଏହି ଗ୍ୟାଙ୍ଗ୍ ସମସ୍ତ ସଦସ୍ୟ ମାନଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବାବେଳେ ବୋଲେରୋ ଗାଡିରେ କଟକ ଆସି ଡକାୟତି କରୁଥିଲେ। ଖାଲି କଟକ ନୁହେଁ ବଂର ଯାଜପୁର, ଜଗତସିଂହପୁର,କେନ୍ଦ୍ରାପଡା ଆଦି ଜିଲ୍ଲାରେ ଡକାୟତି କରନ୍ତି। ବିଶେଷ କରି ଘରେ ଶୋଇଥିବା ଅବସ୍ଥାରେ ହେଉ ବା ଘରେ କେହି ନ ଥିବାର ସୁଯୋଗ ନେଇ ଘରୁ ଟଙ୍କା, ସୁନା ଗହଣା ଲୁଟି ନେଇ ପଳାଇଥାନ୍ତି। ଏହି ଗ୍ୟାଙ୍ଗ୍ ରେ ୬ ଜଣ ଡକାୟତି ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବାକି ଦୁଇ ଜଣ ସଦସ୍ୟ ଫେରାର ଅଛନ୍ତି। ଏମାନଙ୍କୁ ଧରିବା ପାଇଁ ରାଜ୍ଯର ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି ପୋଲିସ । ତେବେ ଏହି ଚାରି ଜଣ ଡକାୟତଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାମାନଙ୍କରେ ଅପରାଧିକ ମାମଲା ରହିଛି। ଗିରଫ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

କଟକରୁ ଭରତ ମହାରଣାଙ୍କ ରିପୋର୍ଟ

Leave a Reply

Your email address will not be published.