ବାଉଁଶଗଡିଆ ପଞ୍ଚାୟତରେ ପହଞ୍ଚିଲେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବାଲେଶ୍ବର,(ନାଗରାଜ ନ୍ୟୁଜ): ଜଳ ହିଁ ଜୀବନ, ଜଳବିନା ଜୀବଜଗତ ତିଷ୍ଠିବା ଅସମ୍ଭବ । ବର୍ତ୍ତମାନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଲାଗିରହିଛି । ସେଥିରୁ ବାଲେଶ୍ବର ଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ସେଥିମଧ୍ୟରୁ ବାଲେଶ୍ବର ଜିଲ୍ଲା ବାଉଁଶଗଡିଆ ପଞ୍ଚାୟତ ପାନୀୟ ଜଳ ସମସ୍ୟା ଭିତରେ ଗତିକରୁଛି । ବାଉଁଶଗଡିଆ ପଞ୍ଚାୟତବାସୀ ମାନେ ପାନୀୟ ଜଳ ସମସ୍ୟା ଦେଇ ଗତି କରୁଥିବାର ଖବରପାଇ ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଭାଗୀୟ ଅଧିକାରୀ ମାନଙ୍କୁ ସାଙ୍ଗରେ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସମସ୍ୟାର ବିଭିନ୍ନ ଦିଗକୁ ବିଚାରକୁ ନେଇ ପାନୀୟ ଜଳ ସମସ୍ଯା ଉପରେ ଆଲୋଚନା କରିଥିଲେ । ପଞ୍ଚାୟତବାସୀଙ୍କ ସହିତ ପଞ୍ଚାୟତର ସମସ୍ୟା ସ୍ଥଳ ବୁଲିଲା ପରେ ପ୍ରକୃତରେ ପଞ୍ଚାୟତବାସୀ ପାନୀୟ ଜଳ ସମସ୍ୟା ଭୋଗୁଥିବାର ହୃଦୟଙ୍ଗମ କରିଥିଲେ ଶ୍ରୀ ମନ୍ତ୍ରୀ । ସଙ୍ଗେ ସଙ୍ଗେ ସାଥିରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ୭ ଦିନ ଭିତରେ ଏ ସମସ୍ୟା ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶାର ଏକମାତ୍ର ମନ୍ତ୍ରୀ ଯିଏକି କୌଣସି ସମସ୍ୟା ନଜରକୁ ଆସିଲା ମାତ୍ରେ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ପଦକ୍ଷେପ ନେବାକୁ ପଛାଇ ନଥାନ୍ତି, ସେ ହେଉଛନ୍ତି ମାନ୍ଯବର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଏଭଳି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପଦକ୍ଷେପ ନେଉଥିବାରୁ ଶ୍ରୀ ମନ୍ତ୍ରୀଙ୍କ ନାମ ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.