ଇଦ ଉଲ ଫିତରରେ ଭାଇଚାରାର ବାର୍ତ୍ତା ବାଣ୍ଟିଲେ କଟକିଆ

କଟକ, (ନାଗରାଜ ନ୍ୟୁଜ): ହଜାର ବର୍ଷର ଐତିହାସିକ ସହର କଟକ ସବୁବେଳେ ନିଜର ଭାଇଚାରା ପାଇଁ ସବୁଆଡେ ବେଶ ଖ୍ୟାତି ଅର୍ଜନ କରିଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ବକ୍ସିବଜାର ସ୍ଥିତ ପଲଟନ ମସଜିଦ ଠାରେ। ଏହି ବର୍ଷ ପବିତ୍ର ଇଦ ଉଲ ଫିତର ଉପଲକ୍ଷେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ତରଫରୁ ପଲଟନ ମସଜିଦରେ ନମାଜ ପ୍ରାଥନା ସାରିବା ପରେ ମୁସଲିମ ଭାଇଙ୍କୁ ହାଲୁଆ,ମିଠା,ସର୍ବତ ପିଆଇ ସମ୍ବର୍ଦ୍ଧିତ କରି ଇଦ ପାଳନ କରିଥିଲେ।ଏହି ସ୍ୱତନ୍ତ୍ର ଭାଇଚାରାର କାର୍ଯ୍ୟକ୍ରମ ନିଶ୍ଚିତ ଏକ ସୃଦୁଢ ବାର୍ତା ସମଗ୍ର ଓଡିଶା ତଥା ଭାରତ ବର୍ଷରେ ପ୍ରସାର କରିବ। ଆଜିର ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମ ରେ ଜୟ ଜଗନ୍ନାଥ ସେବା ସମିତିର ସଦସ୍ୟ ମାନଙ୍କର ସହ କଟକ ଡ଼ିସିପି ପ୍ରତୀକ ସିଂ, ଭେଟରାନ ଅଭିନେତା କୁନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published.