ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରେ ଅଖିତୃତୀୟା ରେ ଅଖିମୁଠି ବୁଣି ଚାଷର ସୁଭାରମ୍ଭ କଲେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, କୃଷି ବିଭାଗଦ୍ୱାର ଆୟୋଜିତ ଉକ୍ତ ପର୍ବରେ ପ୍ରଥମେ ଧର୍ମୀୟ ରୀତିନୀତି ଅନୁଯାୟୀ ପୂଜାପଠା ଦ୍ୱାରା ଧରିତ୍ରୀ ମାଆର ପୂଜନ କରାଯାଇ ଥିଲା ଓ ଏହାପରେ ବିଧାୟକ ନିଜେ ହାତରେ ହଳ ଲଙ୍ଗଳ ଧରି ଚାଷ କରିବା ସହ ଅଖି ମୁଠି ବୁଣିଥିଲେ, ଏହାପରେ ଗଁଦିଆ କୃଷି କାର୍ଯ୍ୟାଳୟ ପରିସରରେ ଏକ ସଭା ବିଧାୟକ ଙ୍କର ସଭାପତିତ୍ୱ ରେ ଅନୁଷ୍ଟିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାକ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚନା ପୁହାନ ସଂମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ରିନାରାଣୀ ଖଟୁଆ ବି ଡି ଓ ଆଶିଷ ରଂଜନ ସାହୁ ବି ଜେ ଡ଼ି ଜିଲ୍ଲା କୃଷକ ମୋର୍ଚା ସଭାପତି ନରୋତ୍ତମ ସାହୁ ବ୍ଲକ ବି ଜେ ଡ଼ି ସଭାପତି ବିଶ୍ୱନାଥ ଜେନା ବିଧାୟକଙ୍କ ବ୍ଲକ ପ୍ରତିନିଧି ନିରାକାର ସାମଲ ପ୍ରାଣୀଧନଚିକିତ୍ସାଧିକାରୀ କୃଷ୍ଣ ଚନ୍ଦ୍ର ମଲିକ ପ୍ରମୁଖ ଯୋଗଦାନ କରିଥିଲେ l ଅତିଥି ମାନେ ପ୍ରଥମେ ଜଗନ୍ନାଥଙ୍କର ଫଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ବ୍ଲକ କୃଷି ଅଧିକାରୀ ସାଗର ସାହୁଉପସ୍ଥିତତଅତିଥି ମାନଙ୍କର ପରିଚୟ ପ୍ରଦାନ ସହିତ ସଭାକର୍ଯ୍ୟ ପରିଚାଳନା କରିଥିଲେ ଏଥିରେ ଅତିଥି ମାନେ ଗ୍ରାମାଅଂଚଳରେ ଚାଷୀ ମାନଙ୍କର ଉର୍ଣ୍ଣତି ନିମନ୍ତେ କେନ୍ଦ୍ରଠାରୁ ରାଜ୍ୟ ସରକାର ମନେ କାର୍ଯ୍ୟକାରୀ କରୁଥିବା ସବୁ ହିତକାରୀ ଯୋଜନା ଉପରେ ଦୃଷ୍ଟିପାତ କରିଥିଲେ ଓ ସେହିପରି ଉକ୍ତବିଭାଗପକ୍ଷରୁଉର୍ଣ୍ଣତ ପ୍ରଣାଳୀ ଓ ବୈ ଜ୍ଞାନିକ ଜ୍ଞାନ କୌଶଳ କୁ ପାଥେୟ କରି କିପରି ଚାଷୀ ମନେ ଅଧିକ ଲାଭବାନ ହୋଇପାରିବେ ତାହା ଉପରେ ହେଉଥିବା ସଚେତନତା କାର୍ଯ୍ୟକ୍ରମସୁଫଳ ସମସ୍ତ ଚାଷୀ ମାନେ ଏହାର ଫାଇଦା ନେବାକୁ ପରାମର୍ଶ ଦେଇଥିଲେ ସେହିପରି କେବଳ ଧାନ ଚାଷ ନୁହେଁ ଅନ୍ୟାନ୍ୟ ଲାଭକାରୀ ଫସଲ ଚାଷ ସହିତ ମାଛ ଚାଷ କୁକୁଡ଼ା ପାଳନ ଛେଳି ପାଳନ କ୍ଷେତ୍ରରେ ମଧ୍ୟଚାଷୀ ମାନେ ନିଜକୁ ସାମିଲ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ ଅତିତିକ୍ତ କୃଷି ଅଧିକାରୀ ମୀରାରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ଉଦ୍ୟାନ ବିଭାଗ ଅଧିକାରୀ ଙ୍କ ସମେତ ଅନ୍ୟ କୃଷି ବିଭାଗ କର୍ମଚାରୀ ମାନେ ଉକ୍ତ କାର୍ଯ୍ୟକ୍ରମପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ l
ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ