ବାଲେଶ୍ଵର,(ନାଗରାଜ ନ୍ୟୁଜ): ଗତ ତା ୨୮/୪/୨୦୨୨ ରିଖ ଥିଲା ମଧୁବାବୁ ଜୟନ୍ତୀ । ଏହି ଦିବସ ଉପଲକ୍ଷେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ହ୍ଵାଟ୍ସଆପ୍ ଗୃପରେ ରାଜ୍ୟ ସ୍ତରୀୟ କବିତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଯାହାର ଶୀର୍ଷକ ଥିଲା – ମଧୁବାବୁ । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାହିତ୍ୟ ସ୍ରଷ୍ଟା ମାନେ ଅଂଶ ଗ୍ରହଣ କରିଥିଲେ । ଯେଉଁମାନେ ଶୀର୍ଷକ ମୁତାବକ ଲେଖା ପଠାଇ ଥିଲେ ସେମାନଙ୍କ ଲେଖାକୁ ବିଚାରରକୁ ନିଆଯାଇଥିଲା । ସମୀକ୍ଷା ଦାୟିତ୍ୱରେ ଥିଲେ ଯାଜପୁର ଜିଲ୍ଲାର ସାହିତ୍ୟିକା ସରସ୍ବତୀ ପଣ୍ଡା । ଏଥିରେ ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା, ଅରୁଣ ମହାପାତ୍ର, ଅଶ୍ବପୁରମ, ତେଲେଙ୍ଗାନା, ପ୍ରିୟମ୍ବଦା ରାଉତ, କୁଡୁମୁଲୁଗୁମ୍ମା, ମାଲକାନଗିରି, ରଞ୍ଜିତା ସାହୁ, ପାରାଦୀପଗଡ, ଜଗତସିଂହପୁର, ସସ୍ମିତା ଷଡ଼ଙ୍ଗୀ, ଭୁବନେଶ୍ୱର ଏବଂ ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତ କବିତା ଗୁଡିକୁ ଶ୍ରୀମତୀ ପଣ୍ଡା ତନ୍ନ ତନ୍ନ କରି ସମୀକ୍ଷା କରିବା ପରେ ସସ୍ମିତା ଷଡ଼ଙ୍ଗୀଙ୍କ କବିତାଟି ପ୍ରଥମ ସ୍ଥାନ ପାଇଁ ମନୋନୀତ ହୋଇଥିଲା । ତେଣୁ କବୟିତ୍ରୀ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ସମୀକ୍ଷାକାରିଣୀ ମହୋଦୟା ପ୍ରଥମ ସ୍ଥାନରେ ଅବସ୍ଥାପିତ କରି ଅନୁଷ୍ଠାନକୁ ଅବଗତ କରାଇଥିଲେ । ଚଳିତ ବର୍ଷ ଡିସେମ୍ବର ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ଶ୍ରୀମତୀ ଷଡ଼ଙ୍ଗୀ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ସମ୍ବର୍ଦ୍ଧିତ ହେବେ । ତେଣୁ ଉତ୍ସବକୁ ଆସିବା ନିମନ୍ତେ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ନିବେଦନ କରିଛନ୍ତି । କେବଳ ପ୍ରଥମ ସ୍ଥାନକୁ ଅଗ୍ରାଧିକାର ଦିଆଯାଇଛି ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ