ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ସୋର ବ୍ଲକ ସୋର ଅଞ୍ଚଳରେ ପବିତ୍ର ଇଦ୍-ଉଲ୍-ଫିତର ପାଳିତ ହୋଇଛି । ଗତ କରୋନାରେ ୨ ବର୍ଷ ଧରି ଇଦ୍ ସମୟରେ ସମୁହ ନମାଜ ପାଠ ବନ୍ଦ ରହିଥିବା ବେଳେ କେବଳ ବିଧି ରକ୍ଷା ନିମନ୍ତେ ପ୍ରତ୍ୟକ ସାହି ମୁରବିଙ୍କୁ ନେଇ ନମାଜ ପାଠ କରାଯାଇଥିଲା । ଚଳିତ ବର୍ଷ ଇଦ୍ଘା ପଡିଆରେ ମୁସଲମାନ ଭାଇମାନଙ୍କୁ ନେଇ ସମୁହ ନମାଜ ପାଠ ଅନୁଷ୍ଠିତ ହୋଇଯାଇଛି । ସମୁହ ନମାଜ ପାଠ ପରେ ହିନ୍ଦୁ ମୁସଲମାନ ଭାଇମାନେ ମିଶି ପରସ୍ପର ସହିତ କାନ୍ଧ ମିଳାଇ ଅଭିନନ୍ଦନ ଜଣାଇ ସୋରର ଭାଇଚାରା ସଂସ୍କୃତି ଓ ବିକାଶ ପାଇଁ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଥିଲେ । ଘରେ ଘରେ ପବିତ୍ର କୋରାନ ପାଠ କରିବା ସହ ପରସ୍ପରକୁ ମିଷ୍ଟାନ ବଣ୍ଟନ କରିଛନ୍ତି ।
ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ