କଟକରୁ ବିଦାୟ ନେଲେ ପ୍ରତୀକ ସିଂ

କଟକ,(ନାଗରାଜ ନ୍ୟୁଜ): ଆଜି କଟକ ରୁ ନିଜର ଦାୟିତ୍ୱ ଛାଡିଲେ ଡିସିପି ପ୍ରତୀକ ଗୀତା ସିଂ। ଭୁବନେଶ୍ୱର ଡିସିପି ଭାବରେ କାର୍ଯ୍ୟରେ ଯୋଗ ଦେବେ। କଟକରେ ଦୀର୍ଘ ଏକ ବର୍ଷ ଦଶ ମାସ କାର୍ଯ୍ୟ କରିବା ପରେ ଆଇପିଏସ ସ୍ଥରରେ ହୋଇଥିବା ଅଦଳବଦଲ ଯୋଗୁ କଟକରୁ ବିଦାୟ ନେଇଛନ୍ତି। ବ୍ରହ୍ମପୁର ଏସପି ପିନାକ ମିଶ୍ର ଖୁବଶୀଘ୍ର କଟକ ଦାୟିତ୍ବ ଗ୍ରହଣ କରିବେ। ଅନ୍ୟପକ୍ଷରେ କଟକରେ କାର୍ଯ୍ୟ କରିବା ବେଳର ଅନୁଭୂତି କୁ ପ୍ରକାଶ କରିଛନ୍ତି ଶ୍ରୀ ସିଂ। କଟକ ସହରରେ ଦାୟିତ୍ୱ ଗ୍ରହଣ କରିବା ପରେ କୋଭିଡ କଟକଣା ହେଉ କି ପର୍ବପର୍ବାଣୀ ପାଳନ ସମୟ ହେଉ କି ଆଇନଶୃଙ୍ଖଳା ସବୁଥିରେ କଟକ ବାସୀ ସହଯୋଗ କରିଥିବାରୁ କଟକିଆ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଓ କଟକରେ କାର୍ଯ୍ୟ କରିବାର ଅଭିଜ୍ଞତା ଆଗକୁ ତାଙ୍କୁ ଭୁବନେଶ୍ୱର ରେ କାର୍ଯ୍ୟ କରିବାରେ ସହଯୋଗ କରିବ ବୋଲି କହିଛନ୍ତି ପ୍ରତୀକ ସିଂ।

Leave a Reply

Your email address will not be published.