ରାଉରକେଲାରେ ଲୋକ ଜନ ଶକ୍ତି ପାର୍ଟି ଲେବର ସେଲ ପକ୍ଷରୁ ଶ୍ରମିକ ଦିବସ ପାଳିତ

ରାଉରକେଲା, (ନାଗରାଜ ନ୍ୟୁଜ): ଆଜି ରାଉରକେଲା ସହରରେ ଲୋକଜନଶକ୍ତି ପାର୍ଟି ତରଫରୁ ଶ୍ରମିକ ଦିବସ ଉପଲକ୍ଷେ ଶ୍ରମିକମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ପୁଷ୍ପ ଗୁଛ ଦେଇ ସମ୍ମାନିତ କରିବା ଭଳି ଏକ ନିଆରା କାର୍ଯ୍ୟକର୍ମ ଆୟୋଜିତ କରାଯାଇଥିଲା । କିଭଳି ଶ୍ରମିକମାନଙ୍କ ସମସ୍ୟା ସତପ୍ରତିଶତ ଦୂର କରାଯାଇପାରିବ ଏହି ଶ୍ରମିକ ଦିବସରେ ଏକ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛୋଟୋ ଛୋଟୋ ପିଲାମାନେ ତାଙ୍କର ସୁନ୍ଦର ନୃତ୍ୟ ପ୍ରଦର୍ଶନ କରି କାର୍ଯ୍ୟକ୍ରମଟିକୁ ଆହୁରି ରଙ୍ଗାଇତ କରିଥିଲେ। ଏଥିରେ ରଞ୍ଜିତ ହରିପାଲ,ପର୍ଶୁରାମ ପଲ୍,ସୁଧୀର ଦାସ,ବିଷ୍ଣୁ ବେହେରା,ପଥିକା ପାଣ୍ଠି, କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ବୃନ୍ଦାବନ ଦୀପ,କ୍ରିଷ୍ଣା ପୁରଣି, ମଧୁସୂଦନ ଦୀପ, ଅଭିଯୋଗ ଶ୍ରମିକ ଭାବରେ ତାଙ୍କ ସମସ୍ୟା ନେଇ ଆସିଥିଲେ। ଶେଷରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରି ସଭାକାର୍ଯ୍ୟ ସମାପ୍ତ କରାଯାଇଥିଲା।

Leave a Reply

Your email address will not be published.