ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପୁରୀ,(ନାଗରାଜ ନ୍ୟୁଜ): ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ନାଥଶର୍ମା ଜଣେ ସରଳ, ଅମାୟିକ ଓ ଦକ୍ଷ ଅଧିକାରୀ ଥିଲେ । ଜିଲ୍ଲାରେ ତାଙ୍କ କାର୍ଯ୍ୟଶୈଳୀ ପ୍ରଶଂସନୀୟ ଥିଲା ବୋଲି ଉପସ୍ଥିତ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଶ୍ରୀ ସୁବ୍ରତ ବେହେରା, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର, ଇତିଶ୍ରୀ ନାୟକ, ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଶ୍ରୀ ଗୋପିନାଥ ମିଶ୍ର, ଶ୍ରୀ ପ୍ରଶାନ୍ତ କୁମାର ଜେନା ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ନାଥଶର୍ମା ଅତିରିକ୍ତ ଜିଲ୍ଲାପାଳ ଭାବେ ୨୦୨୦ ମସିହା ମାର୍ଚ୍ଚ ୨୩ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଗତ ୨୦ ତାରିଖରେ ଇଡକୋର ମୁଖ୍ୟ ଜେନେରାଲ ମ୍ୟାନେଜର ଭାବେ ରାଜ୍ୟ ସରକାର ବଦଳି ଆଦେଶ ଯାରି କରିଥିଲେ ।

Leave a Reply

Your email address will not be published.