ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଅନୁଷ୍ଠିତ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରୀ ଠାରେ ଅବସ୍ଥିତ ଡଃ ହରେକୃଷ୍ଣ ମହତାବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ଲାଗି ଆତ୍ମ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାକ୍ଷା ଚନ୍ଦନା ଘଡେଇଙ୍କ ପୌରୋହିତ୍ଯରେ ଆୟୋଜିତ ସଭାରେ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଫୁଲମଣି ଦେଇ, ଅଧ୍ୟାପିକା ମାଳତୀଲତା ହାତୀ, ଅଧ୍ୟାପିକା ଗୀତଞ୍ଜଳୀ ମହୁରି, ଅଧ୍ଯାପିକା କବିତାରାଣୀ ବଳବନ୍ତରାୟ, ଅଧ୍ୟାପକ ଦତ୍ତାତ୍ରେୟ ଦାସ, ଅଧ୍ୟାପକ ଲଲାଟେନ୍ଦୁ ମଲ୍ଲିକ ଏବଂ ଅଧ୍ଯାପକ ଜଗନ୍ନାଥ ଦାସ ପ୍ରମୁଖ ଯୋଗଦେଇ ଶିବିର ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଭାରେ ୨୦୨୧-୨୨ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି ଶିବିର ୮ ଦିନ ଧରି ଚାଲିବ ବୋଲି ଖବର ସଂଗ୍ରହରୁ ଜଣାଯାଇଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.