ଅନୁଷ୍ଠିତ ହେବ ଆଞ୍ଚଳିକ ଭ୍ରାମ୍ୟମାଣ ବ୍ରହ୍ମଯଜ୍ଞ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା ଠାରେ ଗଢି ଉଠିଥିବା ଆଞ୍ଚଳିକ ବ୍ରାହ୍ମଣ ସମିତି ଖଇରାର ଏକାଦଶତମ ବାର୍ଷିକ ଭ୍ରାମ୍ୟମାଣ ବ୍ରହ୍ମଯଜ୍ଞ ଅନୁଷ୍ଠିତ ହେବ । ଏହା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ହରିହାଟ ପ୍ରାଙ୍ଗଣରେ ଆସନ୍ତା ତା ୦୭/୫/୨୨ ରୁ ଆରମ୍ଭ ହୋଇ ତା ୦୮/୫ ୨୨ ରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସମିତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛି । ଉକ୍ତ ଯଜ୍ଞରେ ଆଗ୍ରହୀ ମାନଙ୍କର ବ୍ରତୋପନୟନ ଅନୁଷ୍ଠିତ ହେବ ବୋଲି ସମିତି ପ୍ରକାଶ କରିଛି । ୨ ଦିନ ଧରି ଅନୁଷ୍ଠିତ ଯଜ୍ଞରେ ଯୋଗଦାନ କରି ଯଜ୍ଞ କମିଟିକୁ ସାଫଲ୍ୟ ମଣ୍ଡିତ କରାଇବା ନିମନ୍ତେ ସମିତି ଆହ୍ବାନ କରିଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.