ବେଆଇନ ବାଲି ଖାଦାନରେ ରାଜସ୍ୱ ବିଭାଗ ଚଢ଼ାଉ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ବସ୍ତା ତହସିଲ ଅନ୍ତର୍ଗତ ରାଜଘାଟ ସ୍ଥିତ ବେଣାପୂରା -୨ ବାଲି ଖାଦାନ ଉପରେ ରାଜସ୍ବ ବିଭାଗର ଅଚାନକ ଚଢ଼ଉ, ଜେସିବି ମେସିନ ସାହାଯ୍ଯରେ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ଅଭିଯୋଗରେ ୪ ଟି ଜେସିବି ମେସିନ, ୧୭ ଟି ଡମ୍ପର ସହିତ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି ରାଜସ୍ବ ବିଭାଗ, ସୂଚନା ଅନୁଯାୟୀ ବସ୍ତା ତହସିଲ ଅଧୀନସ୍ଥ ସୁବର୍ଣ୍ଣରେଖା ନଦୀରେ ଅନେକ ଗୁଡିଏ ବାଲି ଖାଦାନ ଥିଲା ବେଳେ ସେଗୁଡିକରୁ ଦିନରାତି ବେଆଇନ ବେଧଡ଼କ ଭାବରେ ମେସିନ ସାହାଯ୍ଯରେ ବାଲି ଉତ୍ତୋଳନ କରିବା ସହିତ ଡମ୍ପର ସାହାଯ୍ଯରେ ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଛି ଏବଂ ରାତିରେ ମାଇନିଂ କରିବା ନିର୍ଦ୍ଦେଶ ନ ଥିଲା ବେଳେ ରାତିରେ ମଧ୍ଯ ମାଇନିଂ କରୁଥିବା ନେଇ ବାରମ୍ବାର ଜିଲ୍ଲା ପ୍ରଶାଶନ ପାଖରେ ଅଭିଯୋଗ ହୋଇ ଆସୁଥିଲା, ତେବେ ଗତ ତା ୦୪/୫/୨୨ ରିଖ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ପାଳଙ୍କ ନିର୍ଦେଶରେ ରେମୁଣା ଓ ସଦର ଅତିରିକ୍ତ ତହସିଲଦାର, ବସ୍ତା ତହସିଲଦାର ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସ ମିଳିତ ଭାବରେ ରାଜଘାଟ ସ୍ଥିତ ବେଣାପୁରା-୨ ବାଲି ଖାଦାନ ଉପରେ ଚଢ଼ାଉ କରି ୪ ଟି ଜେସିବି ମେସିନ ୧୭ ଟି ଡମ୍ପର ଏବଂ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ପ୍ରଶାସନ ଜବତ କରିଥିବା ବିଳମ୍ବରେ ହସ୍ତଗତ ହୋଇଥିବା ଖବରରୁ ଜଣାପଡିଛି । ସେହି ସମୟରେ ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ମାନେ ଫେରାର ହୋଇ ଯାଇ ଥିଲେ । ବାଲି ସୌରାତ ମଧ୍ୟରେ ବାଲେଶ୍ୱର ଆରଟିଓ ଓ ବସ୍ତା ତହସିଲଦାର ତଦନ୍ତ କରୁଛନ୍ତି । ବସ୍ତା ତହସିଲଦାର ତୁରନ୍ତ ଏହା ଉପରେ ତଦନ୍ତ କରିବେ ଓ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

Leave a Reply

Your email address will not be published.