ସରିଲା ମାଟ୍ରିକ ପରୀକ୍ଷା

କଟକ, (ନାଗରାଜ ନ୍ୟୁଜ): ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୨୦ କି ୨୧ ତାରିଖରୁ ଆରମ୍ଭ ହେଵ ଖାତା ଦେଖା । ଏନେଇ ସୂଚନା ଦେଇଛନ୍ତି ଏନେଇ ଵୋର୍ଡ ସଭାପତି ରାମାଶିଷ ହାଜରା । ଆଜି ସମମେଟିଭ ଟୁ ରେଗୁଲାର ପରୀକ୍ଷାର୍ଥୀଙ୍କ ପରୀକ୍ଷା ଶେଷ ହୋଇଛି । ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଆସନ୍ତା ୧୦ ତାରିଖରେ ଶେଷ ହେବ । ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସରିଥିବା ବେଳେ ଖାତାଦେଖା ମଧ୍ୟ ଆସନ୍ତା ୨୦ କିମ୍ବା ୨୧ ତାରିଖରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ କରାଯିବ ଇଂରାଜୀ, ଗଣିତ ଓ ସାମାଜିକ ବିଜ୍ଞାନ ବିଷୟରେ ଆଉଟ ଅଫ କୋର୍ସ ପ୍ରଶ୍ନପତ୍ରକୁ ନେଇ ପରୀକ୍ଷାର୍ଥୀ କରୁଥିବା ଅଭିଯୋଗର ତର୍ଜମା କରାଯିବ। ଏହାସହ କେବଳ ଇଂରାଜୀ ବିଷୟର କିଛି ପ୍ରଶ୍ନକୁ ନେଇ ତ୍ରୁଟି ଥିବା ଜଣାପଡ଼ିଛି ବୋଲି କହିଛନ୍ତି ଵୋର୍ଡ ସଭାପତି । ଚଳିତ ବର୍ଷ ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟରେ ୩ ହଜାର ୨୦୩ ସେଣ୍ଟରରେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

Leave a Reply

Your email address will not be published.