ପାଟଣାଗଡ, (ନାଗରାଜ ନ୍ୟୁଜ): ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି.ସଂଘ ର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ଶବର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଓଡିଶା ସରକାର ଏବଂ କେନ୍ଦ୍ର ସରକାର ଙ୍କ ଆଦିବାସୀ ମାରଣ ନିତୀ ଗୁଡିକୁ କଟୁ ସମାଲୋଚନା କରାଯାଇଥିଲା l ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ସରପଞ୍ଚ ଆସନ,ବ୍ଲକ ଅଧ୍ୟକ୍ଷ ପଦବୀ,ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଗୁଡିକୁ ଉଛେଦ କରିଥିବାରୁ ଏହାର ଜବାବ ଆଗାମୀ ବିଧାନ ସଭା ଏବଂ ଲୋକସଭା ନିର୍ବାଚନ ରେ ସୁଝାଇବାକୁ ଆହ୍ୱାନ କରାଯାଇଥିଲା l ପଞ୍ଚାୟତ ନିର୍ବାଚନ ରେ ସଂରକ୍ଷଣ ମାମଲା ସମାଧାନ ପାଇଁ ହାଇକୋର୍ଟ ର ଆଶ୍ରୟ ନେବାକୁ ଜ଼ିଲ୍ଲାପାଳ ପରାମର୍ଶ ଦେଇଥିଲେ l
ସରକାରଙ୍କ ପରାମର୍ଶ ଅନୁସାରେ ସଂଘ ତରଫରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଆଦିବାସୀ ଜନସଂଖ୍ୟା ଆଧାର ରେ ପୂର୍ବବତ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ଲାଗୁ କରିବା ପାଇଁ ଓଡିଶା ହାଇକୋର୍ଟ ରେ ଡବ୍ଲୁ.ପି.ସି ନଂ 1360/2022 ରେ ରାଜ୍ୟ ସରକାର,ରାଜ୍ୟ ନିର୍ବାଚନ ଅଯୁକ୍ତ ନାମରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘତରଫରୁ ମାମଲା ଦାୟର କରାଯାଇଛି l କିନ୍ତୁ ମାମଲା ଦାୟର କରିବାର ୩ ମାସ ବିତିଯାଇଥିଲେ ମଧ୍ୟ ଆଦିବାସୀ ମାନଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ ଯୋଗୁଁ ମାମଲା ର ନିଷ୍ପତ୍ତି ହୋଇ ପାରୁନାହିଁ ବୋଲି ଆଦିବାସୀ ମାନେ କ୍ଷୋଭ ପ୍ରକାଶ କରିଥିଲେ l ସେହିପରି ନକଲି ଆଦିବାସୀ ମାନଙ୍କ ମାମଲା ଦୀର୍ଘ ବର୍ଷ ଧରି ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନର କାର୍ଯ୍ୟାଳୟ ରେ ବିଚାର ନ ହୋଇ ପଡ଼ି ରହୁଛି,ଫଳରେ ନକଲି ଆଦିବାସୀ କର୍ମଚାରୀ ମାନେ ସରକାର ଙ୍କ ରାଜକୋଷ ରୁ ଦରମା ହଡପ କରୁଛନ୍ତି l ଏହା ସୁପ୍ରିମ କୋର୍ଟ ଙ୍କ ଆଦେଶ ର ପରିପନ୍ଥୀ ବୋଲି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ପ୍ରକାଶ କରିଥିଲେ l
ସରକାର ଆଦିବାସୀ ମାନଙ୍କ ଜମି,ଜଳ,ଜଙ୍ଗଲ କୁ ନକଲି ଆଦିବାସୀ ତଥା ବେନାମିଦାର ଜମି ମଳିକ ଠାରୁ ଉଦ୍ଧାର କରିବା,ଆଦିବାସୀ ମାନଙ୍କ ଶିକ୍ଷା ଭିତିଭୂମି କୁ ସୁଦୃଢ କରିବା, ବଜାର ଦର ବୃଦ୍ଧି ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା,ଆଦିବାସୀ ମାନଙ୍କୁ ଜଙ୍ଗଲ ଜମିର ଅଧିକାର ସ୍ୱୀକୃତି ପ୍ରଦାନ ପ୍ରଭୃତି ଦାବୀ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l ବୈଠକରେ ସଂଘ ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶି,ସମ୍ପାଦକ ସାରଥୀ ବାଗ,ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ,ନୀଳାମ୍ବର ମାଝି,ଜଳ ଧରୁଆ,ଘନ ଭୋଇ,ଲେକୃ ଧରୁଆ,ଲଳିତ ମଲ୍ଲିକ,ଧୁବଳେଶ୍ୱର ଭୋଇ,ବଳରାମ ବରିହା,ମିତ୍ରଭାନୁ ଭୋଇ,ପ୍ରସନ୍ନ ମାଝି,ମନୋଜ ଲୁହା,ରଂଜିତ ବରିହା,ସୁବାଷ ମାଝି,ଅଷ୍ଟମୁ ମାଝି,,ହୃଷିକେଶ ବରିହା,ବିଜୟ ମଲ୍ଲିକ,ମିତ୍ର ଧରୁଆ,ଦୁର୍ୟୋଧନ ବର୍ଗେ ପ୍ରମୁଖ ଉପସ୍ଥିତ ଥିଲେ l
ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ