ନୂତନ ଚଙ୍ଗରିଆ ପଞ୍ଚାୟତ ଗଠନ ହେବାର ୫ ବର୍ଷ ପରେ ପଞ୍ଚାୟତରେ ମିଳିଲା ଚାଉଳ

ପାଟଣାଗଡ଼ (ନାଗରାଜ ନ୍ୟୁଜ): ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ର ବାଘ ମୁଣ୍ଡ ପଞ୍ଚାୟତ ଠାରୁ ଚଙ୍ଗରିଆ ନୂତନ ପଞ୍ଚାୟତ ଗଠନ ହେବା ର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚଙ୍ଗରିଆ ପଞ୍ଚାୟତ ରେ ହିତାଧିକାରୀ ରାସନ୍ ସାମଗ୍ରି ବଣ୍ଟନ କରିବା ବ୍ୟବସ୍ଥା ନଥିବା ଯୋଗୁଁ ଚାଉଳ,ଗହମ ଆଦି ରାସନ୍ ସାମଗ୍ରି ପାଇଁ ବାଘୁମୁଣ୍ଡା ପଞ୍ଚାୟତ କୁ ନେଇଯିବାକୁ ପଡୁଥିବା । ସରକାର ପଞ୍ଚାୟତ ଦୂରତା କୁ ଦୃଷ୍ଟି ରଖି ନୂତନ ପଞ୍ଚାୟତ ଗଠନ କରିଛନ୍ତି । ହେଲେ ୨୦୧୭ ମସିହାରେ ନୂତନ ପଞ୍ଚାୟତ ଚଙ୍ଗରିଆ ଗଠନ ହୋଇ ୫ ବର୍ଷ ବିତିଯାଇଥିଲେ ମଧ୍ୟ ର ପଞ୍ଚାୟତ ର ସାଧାରଣ ଲୋକେ ସେହି ପୁରୁଣା ବାଘମୁଣ୍ଡ ପଞ୍ଚାୟତ ଉପରେ ନିର୍ଭର କରି ପ୍ରାୟ ୧୦ କିମି ଦୂର ରାସ୍ତା ଯାଇ ଚାଉଳ ଗହମ ଆଦି ରାସନ୍ ସାମଗ୍ରି ଆଣୁଥିଲେ । ଯାହାଫଳରେ ବହୁ ହିତାଧିକାରୀ ଏବଂ ବିଶେଷ କରି ବୃଦ୍ଧବୃଦ୍ଧା ମାନେ ବହୁ ହଇରାଣ ହରକତ ହେଉଥିଲେ । ଚଳିତବର୍ଷ ୨୦୨୨ ତ୍ରିସ୍ତରୀୟ ନିର୍ବାଚନ ସମୟରେ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିବା ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଶିଲ କୁମାର ଗୁରୁ ମୁଁ ବିଜୟ ଲାଭ କଲେ ଆମ ନୂତନ ଚଙ୍ଗରିଆ ପଞ୍ଚାୟତ ରେ ଚାଉଳ ଗହମ ମିଳିବା ବ୍ୟବସ୍ଥା କରିବିନି ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଶ୍ରୀ ଗୁରୁ ସରପଞ୍ଚ ଭାବେ ଦାୟିତ୍ୱ ନେବା ପରେ ପଞ୍ଚାୟତ ରେ ଚାଉଲ ମିଳିବ ବୋଲି ଦେଇ ଥିବା ପ୍ରତିଶୃତି ଆଜି ସଫଳ କରିଛନ୍ତି ସମାଜସେବୀ ସରପଞ୍ଚ ସୁଶୀଳ କୁମାର ଗୁରୁ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ରେ ଚାଉଳ ଗହମ ବଣ୍ଟନ କରାଯାଇଥିଲା । ହିତାଧିକାରୀ ମାନେ ନିଜ ନୂତନ ପଞ୍ଚାୟତ ଚଙ୍ଗରିଆ କାର୍ଯ୍ୟଳୟରେ ଚାଉଳ ଗହମ ପାଇଥିବା ବହୁତ ଖୁସି ବ୍ୟକ୍ତ କରିବା ସହ ସରପଞ୍ଚ ଶ୍ରୀ ଗୁରୁ ଙ୍କୁ ହିତାଧିକାରୀ ମାନେ କହିଛନ୍ତି ଦାଦା ୫ ବରଷ୍ ବିତିଗଲା ଆମେ ବାଘ ମୁଣ୍ଡ କେ ୧୦ କିଲୋମିଟର ରାସ୍ତା ଯିବାକେ ପଡୁଥିଲା ଖରାବର୍ଷା ଶୀତ କାକରରେ ବଢ଼ା କଷ୍ଟେ ଚାଉଳ ଗହମ ଆଣୁ ଥିଲୁ ଆମେ ନିଜର ପଞ୍ଚାୟତ ହେଲା ନାଇଁ ପାଇ ଇ ଥର ଗାଁରେ ଚାଉଳ ଗହମ ପାଇ କରି ହିତାଧିକାରୀ ଙ୍କ ସହ ଚଙ୍ଗରିଆ ପଞ୍ଚାୟତ ର ଜନସାଧାରଣ ସମସ୍ତେ ଖୁସି, ବ୍ୟକ୍ତ କରିବାସହ ସରପଞ୍ଚ ଶ୍ରୀ ଗୁରୁ ଙ୍କ ଏପରି ଉଦ୍ୟମ ଓ ପ୍ରାୟସ କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ପଞ୍ଚାୟତ ର ଉନ୍ନତି ଦିଗରେ ସରପଞ୍ଚ ଶ୍ରୀ ଗୁରୁ ଙ୍କ ପ୍ରାୟସ ଜାରି ରହିବ ବୋଲି ପଞ୍ଚାୟତ ର ଜନସାଧାରଣ ଆଶା ବାନ୍ଧିଛନ୍ତି । ପଞ୍ଚାୟତ ରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ରାସ୍ତା ଘାଟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାର୍ଦ୍ଧକ୍ୟ ଭତ୍ତା, ଆଦି ସମସ୍ୟା ର ସମାଧାନ ଧିରେଧିରେ କରିପାରିବେ ସରପଞ୍ଚ ଶ୍ରୀ ଗୁରୁ ବୋଲି ମତପ୍ରକାଶ କରିଛନ୍ତି ।

Leave a Reply

Your email address will not be published.