ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ,(ନାଗରାଜ ନ୍ୟୁଜ): ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥ ଖଳାରେ ମହାରଣା, ଭୋଇ ସେବକଙ୍କ ସହ ଅନ୍ୟ ସଂପୃକ୍ତ ସେବକ ମାନେ କାର୍ଯ୍ୟରେ ଲାଗିପଡିଛନ୍ତି । ତିନି ରଥର ଚକରେ ଲାଗିବାକୁ ଥିବା ତୁମ୍ବ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ମୋଟ ୪୨ଟି ତୁମ୍ବରୁ ୩୦ଟି ତୁମ୍ବ ର କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଅନ୍ୟ ୧୨ଟି ତୁମ୍ବ କୁ କରତି ସେବକ ମାନେ କାଟି ମହାରଣା ଙ୍କୁ ଯୋଗାଇ ଦେବା କାର୍ଯ୍ୟ ରେ ଲାଗିପଡିଛନ୍ତି । ଆଜି ରଥ ଖଳା ରେ ତୁମ୍ବ ଗୁଡିକ ରେ ସୂତା ବାଡ଼ିଆ କାର୍ଯ୍ୟ ଚାଲିଚି ।।ଏହି ସୂତା ବାଡ଼ିଆ କାର୍ଯ୍ୟ ସରିବା ପରେ ବିନ୍ଧ ଅନୁକୂଳ ହେବ। ପରେ ଚକ ର ଅନ୍ୟ କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ନୃସିଂହ ଚତୁର୍ଦ୍ଦଶୀରେ ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଆରମ୍ଭ କରିବେ । ସେହିପରି ଭଉଁରୀ ତିଥି ରେ ତିନି ରଥ ର ଦୁଇ ଟି ଚକ ଓ ଅଖ ସଂଯୋଗ ହେବାର ବିଧି ରହିଛି । ଏଣୁ ସମୟ କ୍ରମେ କିଭଳି କାର୍ଯ୍ୟ ସୁରୁଖୁରୁରେ ହୋଇ ପାରିବ ସେ ନେଇ ରଥ ନିର୍ମାଣ ରେ ସମ୍ପୃକ୍ତ ସେବକ କାର୍ଯ୍ୟ ରେ ଲାଗିପଡିଛନ୍ତି । ସେପଟେ ରଥ ଖଳାରେ କିଭଳି କାର୍ଯ୍ୟ ଶୃଙ୍ଖଳାରେ ହୋଇ ପାରିବ ସେନେଇ ରଥ ଖଳା ନିୟମିତ ପରିଦର୍ଶନ କରୁଛନ୍ତି ଶ୍ରୀମନ୍ଦିର ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ରଥ ନିର୍ମାଣ ରେ ସମ୍ପୃକ୍ତ ସେବକ ମାନେ କିଭଳି କୌଣସି ଅସୁବିଧା ଭୋଗିବେ ନାହିଁ ସେଥିପାଇଁ ଅବଶ୍ୟକ ବ୍ୟବସ୍ଥା ହୋଇଛି । ପାନୀୟ ଜଳ , ସ୍ୱାସ୍ଥ୍ୟ କ୍ୟାମ୍ପ ର ବ୍ୟବସ୍ଥା ହୋଇଛି ।ସେହିପରି ସେବକଙ୍କ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି । ସକାଳ 8 ଟାରୁ ରାତି 8 ଟା ଯାଏ ରଥ ଖଳା କାର୍ଯ୍ୟ ଚାଲିଛି ।

Leave a Reply

Your email address will not be published.