ପୁରୀ, (ନାଗରାଜ ନ୍ୟୁଜ): ବଙ୍ଗୋପ ସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟା ପ୍ରଭାବରେ 10 ତାରିଖ ରୁ 12 ତାରିଖ ଯାଏ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥି ସହ ପବନ ର ବେଗ 50 ରୁ 60 କିମି ବେଗ ରହିବ । ଏଣୁ ଏହାକୁ ଦୃଷ୍ଟିରେ ରଖାଯାଇ ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା ହୋଇଛି । ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ କରାଯାଇ ଥିବା ବେଳେ ଲୋକ ଙ୍କୁ ସ୍ଥାନାନ୍ତର କରାଗଲେ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି । ଯେଉଁଠି ପରିସ୍ଥିତି ବିଗିଡିବ କଚା ଘରୁ ଲୋକ ଙ୍କୁ ନିକଟ ବାତ୍ୟା ଆଶ୍ରୟ ସ୍ଥଳୀ କୁ ନିଆଯିବ । ଏ ନେଇ ପୁରୀ ଜିଲ୍ଲାର 11 ଟି ବ୍ଳକ ର ବିଡିଓ ଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମତ୍ସଯିବି ମାନେ ସମୁଦ୍ର ଭିତରକୁ ନ ଯିବାକୁ କୁହାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଲେ ଜଳ ନିଷ୍କାସନ ବ୍ୟବସ୍ଥା ସହ ଲୋକ ଙ୍କୁ ଉଦ୍ଧାର ସମସ୍ତ ବ୍ୟବସ୍ଥା ହୋଇଥିବା ପୁରୀ ଜିଲାପାଳ କହିଛନ୍ତି ।ସେହିପରି ଅତ୍ୟଧିକ ବର୍ଷା ପବନ ହେଲେ ସମୁଦ୍ର କୁଳ କୁ ପର୍ଯ୍ୟଟକ ଙ୍କୁ ଯିବା ପାଇଁ କଟକଣା ଜାରି ହେବ। ରଥ ଖଳା ର ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ପ୍ରଶାସନ ପକ୍ଷରୁ ଯାହା ନିର୍ଦ୍ଦେଶ ଦିଆଯାଉଛି ଜନସାଧାରଣ ତାହା ପାଳନ କରିବାକୁ ପୁରି ଜିଲାପାଳ କହିଛନ୍ତି ।
। ପୁରୀ ଜିଲ୍ଲାରେ ଥିବା ୧୭୯ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି । ସମସ୍ତ ଆଶ୍ରୟସ୍ଥଳୀରେ ପାଣି ଓ ଆଲୋକ ବ୍ୟବସ୍ଥା କରିବା ଏବଂ ଆବଶ୍ୟକ ପଡିଲେ ଅଧିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ୬୩୫ କ୍ବିଣ୍ଟାଲ ଚୁଡା, ୧୬୪ କ୍ବିଣ୍ଟାଲ ଗୁଡ, ବିଭିନ୍ନ ଗୋଦାମରେ ୧୫ ହଜାର କ୍ବିଣ୍ଟାଲ ଚାଉଳ ମହଜୁଦ ରହିଛି । ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି । ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ । ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳ, କଚ୍ଚାଘରୁ ଲୋକ ମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରସ୍ତୁତ ରହିବା ଏବଂ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି । ବାତ୍ୟା ଆଶଙ୍କା ଥିବାରୁ ମତ୍ସଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ନିମନ୍ତେ ପରାମର୍ଶ ଦିଆଯାଇଛି । ବାଲୁଖଣ୍ତ, ଅସ୍ତରଙ୍ଗ, ବ୍ରହ୍ମଗିରି ଓ କାକଟପୁରରେ ବନ ବିଭାଗ ପକ୍ଷରୁ ୮ଟି ଟିମ ମୁତୟନ କରାଯିବ । ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଛ ପଡିବା ଦ୍ବାରା ରାସ୍ତା ଅବରୋଧ ହଟେଇବା ନିମନ୍ତେ ଜେସିବି ଓ ଟ୍ରାକ୍ଟର ମୁତୟନ କରାଯିବ । । ଅମଳ ଶସ୍ୟକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଉଛି । ବିଦ୍ୟୁତ ବିଭାଗ ପକ୍ଷରୁ ଜରୁରୀକାଳୀନ ନିମନ୍ତେ ୨୦୦ ଜଣ ଅତିରିକ୍ତ କର୍ମଚାରୀଙ୍କୁ ମୁତୟନ କରାଯିବ ।