ଉନ୍ମୋଚିତ ହେଲା ଟ୍ରାଇବାଲ କୁଇଜ୍ ପ୍ରତିଯୋଗୀତାର ମାସ୍କଟ ଓ ପୁସ୍ତିକ

ଭୁବନେଶ୍ବର,(ନାଗରାଜ ନ୍ୟୁଜ): ଆଦି ଟ୍ରାଇବାଲ ଫାଉଣ୍ଡେସନ ଦ୍ବାରା ଭୁବନେଶ୍ୱର କ୍ଲବ ଠାରେ ଟ୍ରାଇବାଲ କୁଇନ୍‌ ପ୍ରତିଯୋଗୀତାର ମାସ୍କଟ ଓ ପୁସ୍ତିକା ଉନ୍ମୋଚିତ ହୋଇଯାଇଛି । ଆଦିବାସୀ ଜନଜାତିଙ୍କର ଜୀବନଶୈଳୀ ଏବଂ ପରମ୍ପରାକୁ ପୁନରୁଦ୍ଧାର କରାଯିବା ସହ ତାକୁ ବିଶ୍ଵ ଦର ବାର ରେ ଉପସ୍ଥାପନ କରିବା ହେଉଛି ଆଦି ଟ୍ରାଲବାଲ ଫାଉଣ୍ଡେସନର ଲକ୍ଷ୍ୟ । ଆଦିବାସୀ ଜନଜାତିଙ୍କ ପରମ୍ପରା ଆଦିକୁ ଅନୁଧ୍ୟାନ କରିବା ସହ ବିଶେଷ ଭାବେ ପାରମ୍ପରିକ ଓ ସାଂସ୍କୃତିକ ଜୀବନଶୈଳୀ ସହ ଜଡ଼ିତ ମହିଳାମାନଙ୍କ ସଶକ୍ତିକରଣ ଏହି ଅନୁଷ୍ଠାନର ମୂଳ ଉଦ୍ଦେଶ୍ୟ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ଵରେ ୩୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଏହି ସଂସ୍ଥା ସହ ଜଡ଼ିତ ଅଛନ୍ତି । ଏହି ଅନୁଷ୍ଠାନ ଦ୍ଵାରା ଭାରତର ପ୍ରଥମ ଆଦିବାସୀ ଜନଜାତି କୁଇନ୍ ପ୍ରତିଯୋଗିତା ୨୦୧୮ ମସିହାରେ ଅନୁଷ୍ଠିତ ହୋଇଥିଲା ଯାହା ଆଦିବାସୀଙ୍କ କଳା ନୈପୁଣ୍ୟ, ପରମ୍ପରାକୁ ପ୍ରଦର୍ଶିତ କରି ସମଗ୍ର ବିଶ୍ୱରେ ଭାରତୀୟ ଇତିହାସକୁ ନେଇ ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା ।

ଏହି ପ୍ରତିଯୋଗୀତାର ଦ୍ବିତୀୟ ଫର୍ଦ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି । ଟ୍ରାଇବାଲ୍ ଇଣ୍ଡିଆ, ଟ୍ରାଇବାଲ୍ ୟୁନିଭର୍ସି, ଟ୍ରାଇବାଲ୍ ଗ୍ଲୋବାଲ, ଟ୍ରାଇବାଲ୍ ଆଇକନିକ୍ ଆଦି ପୁରସ୍କାର ସହ ଆଗାମୀ ଅଗଷ୍ଟ ୯ ତାରିଖ ୨୦୨୨ ରେ ଆଦି ଟ୍ରାଇବାଲ ଫାଉଣ୍ଡେସନ ଓ କଳିଙ୍ଗ ଗୌରବ ଆୱାର୍ଡ଼ ଫାଉଣ୍ଡେସନର ସହଭାଗିତାରେ ଅନୁଷ୍ଠିତ ହେବ । ପ୍ରାୟ ୩୭ଟି ଦେଶର ବିଭିନ୍ନ ରାଜ୍ୟରୁ ବିଭିନ୍ନ ଜନଜାତିର ପ୍ରତିଯୋଗୀ ଏଥିରେ ଭାଗ ନେବେ ବୋଲି ଆଶା କରାଯାଉଛି । ବିଭିନ୍ନ ଦେଶ ଓ ରାଜ୍ୟର କନକାତି ବିକାଶ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିବା ନେଇ ଆଶ୍ୱାସନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବଲିଉଡ୍ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ଉପସ୍ଥିତ ରହି ଟ୍ରାଇବାଲ୍ କୁଇନ୍‌ ପ୍ରତିଯୋଗୀତାର ମାସ୍କଟ ଓ ବିଷୟବସ୍ତୁ ଉନ୍ମୋଚନ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଅଲତାବ୍ ଅଲ୍ଲୀ, ପ୍ରଭାତ ପୃଷ୍ଟି, ଡଃ ରଜନୀକାନ୍ତ ମିଶ୍ର, ସୁସ୍ମିତା ଦାସ, ସବ୍ୟସାଚୀ ଶ୍ଵେତ କୁମାର ଦାଶ, ଜୟଶ୍ରୀ ମହାନ୍ତି, ଆମେରିନା ଅଲ୍ଲୀ, ସ୍ମିତା କାନୁନ୍‌ଗୋ, ପ୍ରିୟଦର୍ଶିନୀ ମହାପାତ୍ର, ଶିଖା ଗାୟତ୍ରୀ, ଭାରତର ପ୍ରଥମ ଟ୍ରାଇବାଲ୍ କୁଇନ୍ ଆଦି ରାଣୀ ପଲ୍ଲବୀ ଦୁରୁଆ ଏବଂ ଡଃ ଚିଦାୟିକା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜିତେନ୍ଦ୍ର ସ୍ଵାଇଁଙ୍କ ରିପୋର୍ଟ୍

Leave a Reply

Your email address will not be published.